Categories: ଜାତୀୟ

ଏହି ଦୁଇ ମହିଳା ପୋଲିସଙ୍କୁ ଦେଶ କରୁଛି ସଲାମ

ଗୁଆହାଟୀ,୧୨।୧୧: ଏବେ ଆସାମର ଦୁଇଜଣ ମହିଳା ପୋଲିସ କନ୍‌ଷ୍ଟେବଳଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଫଟୋରେ ଦୁଇ ମହିଳା ହାତରେ କୁନି ଶିଶୁଙ୍କୁ ଧରି କାର୍ଯ୍ୟ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଦାରାଙ୍ଗ ଜିଲାରେ ନଭେମ୍ବର ୧୦ରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ଦେବା ପାଇଁ ଦୁଇଜଣ ଶିକ୍ଷୟିତ୍ରୀ ନିଜ ଶିଶୁଙ୍କୁ ଧରିଆସିଥିଲେ। ପରୀକ୍ଷା ହଲ୍‌କୁ ଯିବା ପୂର୍ବରୁ ସେ ମହିଳା କନ୍‌ଷ୍ଟେବଳଙ୍କୁ ନିଜ ଶିଶୁଙ୍କୁ ଦେଇ ଭିତରକୁ ଯାଇଥିଲେ। ସେମାନେ ଆସିବା ପର୍ଯ୍ୟନ୍ତ ଶିଶୁର ଯତ୍ନ ନେଇଥିଲେ କନ୍‌ଷ୍ଟେବଳ। ଏହା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦୁଇଜଣଙ୍କ କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି।

Share