ଏହି ଦେଶରୁ ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି କାଟିପାରିବ ବୋଲି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଫିଲିପାଇନ୍ସର ସିନେଟ୍‌ ବା ସଂସଦରେ କୁହାଯାଇଛି, ଯଦି ଚାଇନା ଚାହିଁବ ତେବେ ପୂରା ଫିଲିପାଇନ୍ସରୁ ବିଜୁଳି କାଟିପାରିବ। ଏହି କଥା ପ୍ରକାଶ ପାଇବା ପରେ ସିନେଟର ଜଣେ ସଦସ୍ୟ ପଚାରିଲେ, କ’ଣ ଚାଇନା ଏପରି ବିପଦ ସୃଷ୍ଟି କରିପାରିବ? ଏହାର ଉତ୍ତରରେ ସିନେଟର ରିଚର୍ଡ ଗାର୍ଡନ କୁହନ୍ତି, ଆମେ ଆମ ଗ୍ରୀଡ୍‌ରୁ ୪୦ ପ୍ରତିଶତ ଚାଇନାର ଏକ ବିଦେଶୀ କର୍ପୋରେଶନ କମ୍ପାନୀକୁ ଦେଇଛୁ। ଯେଉଁଥିରେ ପଶ୍ଚିମ ଫିଲିପାଇନ୍ସ ସାଗରରେ ଆମ ଦେଶ ସହ ଏଥିପାଇଁ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ। ୨୦୦୯ ମସିହାରେ ଫିଲିପାଇନ୍ସର ନ୍ୟାଶନାଲ ଗ୍ରୀଡ୍‌ରେ ଚାଇନା ଭାଗୀଦାର ଥିଲା। ତେଣୁ ଫିଲିପାଇନ୍ସ ଏବଂ ଚାଇନା ମଧ୍ୟରେ ଦକ୍ଷିଣ ଚାଇନା ସାଗରକୁ ନେଇ ଦୀର୍ଘଦିନ ବିବାଦ ଲାଗି ରହିଥିଲା। ଏଥିପାଇଁ ଚାଇନା ଚାହିଁଲେ ଫିଲିପାଇନ୍ସକୁ ସମ୍ପୂର୍ଣ୍ଣ ଅନ୍ଧାର କରିଦେବ।


କେମିତି ଏହା କରିପାରିବ ଜାଣନ୍ତୁ:
ଚାଇନାର ଷ୍ଟେଟ୍‌ ଗ୍ରୀଡ୍‌ କର୍ପୋରେଶନର ନ୍ୟାଶନାଲ ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଦ ଫିଲିପାଇନ୍ସ(ଏନ୍‌ଜିସିପି)ରେ ୪୦ ପ୍ରତିଶତ ଭାଗ ରହିଛି। ତେଣୁ ଚାଇନା ଚାହିଁଲେ ବିଜୁଳି ପ୍ରତି ରୋକ୍‌ ଲଗାଇ ପାରିବା ସହ ପୂରା ଦେଶକୁ ଅନ୍ଧାର କରିଦେବ।

ଫିଲିପାଇନ୍ସ ନିକଟରେ ବି ରହିଛି ବିକଳ୍ପ:
କୌଣସି ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ଏହାକୁ ନିୟନ୍ତ୍ରଣ କରି ପାରିବାର ଅଧିକାର ରହିଛି। ଏଠାରେ ଥିବା ଟ୍ରାନ୍ସମିଟର ଉପରେ ବି ଫିଲିପାଇନ୍ସର ଅଂଶ ବା ଭାଗ ରହିଛି। ଏହି କାରଣରୁ ଚାଇନା ବିଜୁଳି କାଟିଲେ ମଧ୍ୟ ଫିଲିପାଇନ୍ସ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାକୁ ଚାଲୁ କରିପାରିବ।

Share