ଏହି ଦେଶରେ ଏବେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ରୋମ୍‌,୨୮ା୬: ଫେବୃୟାରୀ ୨୦୨୦ରେ ବିଶ୍ୱରେ ମହାମାରୀ କରୋନା ବ୍ୟାପିବା ପରେ ଲୋକମାନେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ। ୟୁରୋପର ଲୋକମାନେ ମଧ୍ୟ ମାସ୍କ ପିନ୍ଧି ଏହି ମହାମାରୀରୁ ନିଜକୁ ରକ୍ଷା କରିଥିଲେ। ଏଥି ସହିତ ୨୦୨୧ ମଧ୍ୟଭାଗରେ ୟୁରୋପୀୟ ଦେଶ ଇଟାଲୀର ଲୋକମାନେ ମାସ୍କରୁ ମୁକ୍ତି ପାଇଛନ୍ତି।।

କମ୍‌ ବିପଦକୁ ସୂଚାଇ ଇଟାଲୀର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଇଟାଲୀର ୨୦ ଟି ଅଞ୍ଚଳକୁ କରୋନା ମୁକ୍ତ ଭାବେ ଘୋଷଣା କରିଛି। ଏହାର ଅର୍ଥ ହେଉଛି ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ହେବ ନାହିଁ। ଏବେ ଇଟାଲୀ କରୋନା ସଂକ୍ରମଣ ମୁକ୍ତ ଥିବା ଜଣାପଡ଼ିଛି ।

Share