ଏହି ଦେଶରେ ରହିଛି ସମୁଦ୍ର ମନ୍ଥନରେ ମିଳିଥିବା ଅମୃତ କଳସ

ଇଣ୍ଡୋସେନିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି। କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ ରହିଛି ଯାହା ଭିତରେ ଥିବା ଦ୍ରବ୍ୟ ହଜାର ହଜାର ବର୍ଷ ହେବ ରହିଥିଲେ ବି ଶୁଖୁ ନାହିଁ କି ସେଥିରେ କୌଣସି ପରବର୍ତ୍ତନ ହେଉନାହିଁ। ସେଥିପାଇଁ ତାହା ଅମୃତ ବୋଲି ଲୋକେ କହୁଛନ୍ତି। ଲୋକେ ଆହୁରି ମଧ୍ୟ ବିଶ୍ୱାସ କରନ୍ତି କି ଏହି କଳସ ସମୁଦ୍ର ମନ୍ଥନ ସମୟରେ ହିଁ ମିଳିଥିଲା। କାରଣ ଏହାସହ ଏକ ଶିବଲିଙ୍ଗ ମଧ୍ୟ ଲାଗି ରହିଛି। ଏଠାରେ ଥିବା ଏକ ପ୍ରାଚିରରେ ମହାଭାରତର ଆଦିପର୍ବ ଅଙ୍କା ଯାଇଥିବା ଦେଖିବାକୁ ମିଳେ। ତେବେ ୨୦୧୬ରେ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରିବା ସମୟରେ ଉକ୍ତ ପ୍ରାଚିର ମଧ୍ୟରୁ ଯାହା ମିଳିଲା ତାହା ଏକ୍ସପର୍ଟ ଟିମ୍‌କୁ ଆଶ୍ଚର୍ଯ୍ୟ କରିଦେଲା। ତେବେ ଏକ୍ସପର୍ଟ ଟିମ୍‌ଙ୍କୁ ଏକ ତମ୍ବାର କଳସ ମିଳିଥିଲା ଯେଉଁଥିରେ ଏକ ଶିବଲିଙ୍ଗ ଯୋଡି ହୋଇ ରହିଥିଲା। ଏହାକୁ ନେଇ ଗବେଷଣା କରିବା ପରେ ଜଣାପଡିଲା କି ଏହି ତମ୍ବା କଳସକୁ ଏପରି ଢଙ୍ଗରେ ବନ୍ଦ କରାଯାଇଛି ଯାହାକୁ ଖୋଲିବା କଷ୍ଟକର। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ପ୍ରାଚିରରୁ ଏହି କଳସ ମିଳିଲା ସେଠାରେ ସମୁଦ୍ର ମନ୍ଥନର ନକ୍ସା ମଧ୍ୟ ରହିଥିଲା। ଏହାସହ ସେଠାରେ ଖଜୁରାହୋ ଭଳି ଅର୍ଥାତ୍‌ କାମରେ ନିମଗ୍ନ ଥିବା ମୁର୍ତ୍ତି ମଧ୍ୟ ରହିଥିଲା। କେବଳ ଗୋଟିଏ ପ୍ରାଚିରରେ ହିଁ ମହାଭାରତର ଆଦିପର୍ବ ଲେଖାଯାଇଥିଲା। ଏହା ପାଖାପାଖି ୧୨ଶହ ଶତାବ୍ଦିର ବୋଲି କୁହାଯାଉଛି। ସେତେବେଳେ ମାଲେସିୟା ସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଥିଲା। ହେଲେ ୧୫ଶହ ଶତାବ୍ଦି ବେଳକୁ ଯେତେବେଳେ ଏଠାରେ ମୁସଲମାନମାନେ ରାଜତ୍ୱ ଆରମ୍ଭ କଲେ ସେତେବେଳେ ଏହି କଳସକୁ ଏଠାରେ ଲୁଚାଇ ଦିଆଯାଇଥିବା କୁହାଯାଏ। କଳସ ସହ ଏଠାରୁ ବହୁ ମୂଲ୍ୟବାନ ରତ୍ନ ମଧ୍ୟ ମିଳିଛି ବୋଲି କୁହାଯାଉଛି।

Share