Categories: ଫୁରସତ

ଏହି ଦେଶରେ ୧୦ ବର୍ଷର ପିଲାଙ୍କ ପାଖରେ ରହିଛି ସ୍ମାର୍ଟଫୋନ

ଲଣ୍ଡନ: ବ୍ରିଟେନ୍‌ରେ ୧୦ ବର୍ଷରୁ ଅଧିକ ପିଲାଙ୍କ ପାଖରେ ୫୦% ସ୍ମାର୍ଟଫୋନ ରହିଛି। ସେହିପରି ୩/୪ ବର୍ଷର ପିଲାଙ୍କ ନିକଟରେ ଟ୍ୟାବ୍‌ଲେଟ୍‌ ରହିଛି। ମିଡିିଆ ରେଗୁଲେଟର ଅଫ୍‌କମ୍‌ ଅନୁଯାୟୀ, ପିଲାଙ୍କ ପ୍ରଥମ ପସନ୍ଦ ହେଲା ସ୍ମାର୍ଟଫୋନ୍‌। ଆଜିକାଲି ପିଲା ବିନା ଇଣ୍ଟରନେଟ୍‌ରେ ଦୁନିଆର କିଛି ବିଷୟ ଜାଣିପାରୁନାହାନ୍ତି। ୧୦ ବର୍ଷରୁ ଅଧିକ ବୟସର ପିଲା ୟ୍ୟୁଟୁବ୍‌ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ସହ ଏମାନେ ଏତେ ଜଡ଼ିତ ଯେ, ଲାଇକ୍‌ କମେଣ୍ଟ ଦେବାକୁ ମଧ୍ୟ ଭୁଲି ନ ଥାନ୍ତି। ୮୦ ପ୍ରତିଶତ ପିଲା ଭିଡିଓ ଗେମ୍‌ ଦେଖୁଥିବା ବେଳେ ୬୨ ପ୍ରତିଶତ ପିଲା ହ୍ବାଟସ୍‌ଆପ୍‌ ବ୍ୟବହାର କରୁଛନ୍ତି। ୫ରୁ ୧୦ ବର୍ଷ ପିଲାଙ୍କ ମଧ୍ୟରେ ୪୮ ପ୍ରତିଶତ ଝିଅ ଏବଂ ୭୨ ପ୍ରତିଶତ ଅନ୍‌ଲାଇନରେ ଗେମ୍‌ ଖେଳିଥାନ୍ତି। ରିପୋର୍ଟରୁ ଜଣାପଡ଼ିଛି, ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ସମୟ ମୋବାଇଲ୍‌ରେ ଗେମ୍‌ ଖେଳିଥା’ନ୍ତି। ଅନ୍‌ଲାଇନ୍‌ ଗେମ୍‌ରେ ପୁଅମାନେ ସପ୍ତାହକୁ ୧୪.୫ ଘଣ୍ଟା ଏବଂ ଝିଅମାନେ ୭.୫ ଘଣ୍ଟା ବିତାଉଛନ୍ତି। ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

Share