ଏହି ଦ୍ୱୀପରେ ରୁହନ୍ତି ଲାଲ୍‌ ରଙ୍ଗର କଙ୍କଡ଼ା

ସିଡ୍‌ନୀ: ଏପରି ଏକ ଦ୍ୱୀପ ରହିଛି ଯେଉଁଠି ରାସ୍ତା ଘାଟ ସବୁଆଡ଼େ କଙ୍କଡ଼ା ବାସ କରୁଥିବା ଦେଖାଯାଇଥାଏ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏଭଳି ଦ୍ୱୀପ ରହିଛି ଆଷ୍ଟ୍ରେଲିଆରେ। ଏଠାକାର କ୍ରିସ୍‌ମସ୍‌ ଦ୍ୱୀପରେ ଲାଲ୍‌ ରଙ୍ଗର କଙ୍କଡ଼ା ରହିଥାନ୍ତି। ଏହି ଦ୍ୱୀପ କ୍ୟୁଇନ୍ସଲାଣ୍ଡ୍‌ରେ ରହିଛି। ପ୍ରତିବର୍ଷ ପ୍ରଜନନ ଋତୁରେ ଏହି ପ୍ରଜାତିର କଙ୍କଡ଼ା ଭାରତ ମହାସାଗର ପର୍ଯ୍ୟନ୍ତ ଆସିଥାନ୍ତି। କ୍ରିସ୍‌ମସ ଦ୍ୱୀପର କ୍ଷେତ୍ରଫଳ ୫୨ ବର୍ଗ ମାଇଲ୍‌। ଏଠାକାର ଜନସଂଖ୍ୟା ପ୍ରାୟ ୨ ହଜାର ମଧ୍ୟରେ ହେବ। ଏଠାକୁ ପର୍ଯ୍ୟଟକ ଲାଲ୍‌ ରଙ୍ଗର କଙ୍କଡ଼ା ଦେଖିବାକୁ ବହୁ ସଂଖ୍ୟାରେ ଆସିଥାନ୍ତି।

Share