କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା …

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବାର ଉପାୟ ହାତ ପାଆନ୍ତାରେ ରହିଛି। ନିୟମିତ ଜହ୍ନି ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌, ମିନେରାଲ ଓ ପ୍ରୋଟିନ୍‌ ରହିଥାଏ। ନିୟମିତ ଜହ୍ନି ଖାଇବା ଦ୍ୱାରା କିଡ୍‌ନୀ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ସହିତ ମେଦବହୁଳତାରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ। ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏହା ମହୌଷଧି ସଦୃଶ କାର୍ଯ୍ୟ କରିଥାଏ। ଜହ୍ନିରେ କ୍ୟାରୋଟିନ୍‌ ନାମକ ରାସାୟନିକ ପଦାର୍ଥ ଥାଏ ଯାହା ଦୃଷ୍ଟିଶକ୍ତି ବୃଦ୍ଧି କରେ। ବିଭିନ୍ନ ଚର୍ମ ସଂକ୍ରମଣରୁ ଜହ୍ନି ଦୂରେଇ ରଖେ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବଢ଼ାଇଥାଏ।