Categories: ଫୁରସତ

ଏହି ପିମ୍ପୁଡି କାମୁଡିଲେ ହୋଇପାରେ ମୃତ୍ୟୁ

ବିଶ୍ୱରେ ଜୀବଜନ୍ତୁଙ୍କର ବିଭିନ୍ନ ପ୍ରଜାତି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେହି କେହି ମଣିଷର ଭଲ କରୁଥିବା ବେଳେ କେତେକ ହାନି ପହଞ୍ଚାଇଥାନ୍ତି। ଏମିତି ତ ଅନେକ ହାନିକାରକ ଜୀବଜନ୍ତୁ ଓ ସରୀସୃପଙ୍କ ସମ୍ପର୍କରେ ଶୁଣିଥିବେ। କିନ୍ତୁ ଏସବୁ ଭିତରେ ଏବେ ଏକ ପିମ୍ପୁଡ଼ି ସ୍ଥାନ ପାଇଛି। ସାଧାରଣରେ ପିମ୍ପୁଡ଼ି କାମୁଡ଼ିଦେଲେ ସାମାନ୍ୟ କଷ୍ଟ ହେବା ପରେ ସ୍ଥାନଟି ଫୁଲିଯାଏ ପରେ ଭଲ ହୋଇଯାଏ। କିନ୍ତୁ ଏହା ହେଉଛି ଦୁନିଆର ସବୁଠୁ ବିଷାକ୍ତ ପିମ୍ପୁଡ଼ି। ଏହି ପିମ୍ପୁଡ଼ି କାମୁଡ଼ିଲେ ମୃତ୍ୟୁ ସୁନିଶ୍ଚିତ। ଆଫ୍ରିକାର ଜଙ୍ଗଲରେ ଦେଖାଯାଉଥିବା ଏହି ପିମ୍ପୁଡ଼ିକୁ ସେମାନଙ୍କ ବିଷାକ୍ତ ଶୁଣ୍ଢ ଯୋଗୁ ଆର୍ମି ଆଣ୍ଟ୍‌ ବୋଲି କୁହାଯାଏ। ଏହା କାମୁଡ଼ିଲେ ଏତେ ଯନ୍ତ୍ରଣା ହୁଏ ଯାହାକି ମହୁମାଛି ଦଂଶନଠୁ ୩୦ଗୁଣା ଅଧିକ। ଏମାନଙ୍କୁ ଆର୍ମି ଆଣ୍ଟ୍‌ କୁହାଯିବାର ଅନ୍ୟ ଏକ କାରଣ ହେଉଛି, ଏମାନେ ସବୁବେଳେ ଦଳବଳ ହୋଇ ଚାଲୁଥାନ୍ତି। ଏକସଙ୍ଗେ ମିଶି ଏମାନେ ଶିକାର ଉପରେ ଆକ୍ରମଣ କରିଥାନ୍ତି। ଯଦି ଏହା ମଣିଷକୁ ଥରେ କାମୁଡ଼େ, ତେବେ ସପ୍ତାହେ ପର୍ଯ୍ୟନ୍ତ ଉଠିବସି ପାରିବା କଷ୍ଟକର ହୋଇପଡ଼େ। ଏମିତିକି ସମୟ ସମୟରେ ଏମାନଙ୍କ ବିଷ ଶରୀରରେ ଏଭଳି ଭାବେ ବ୍ୟାପିଯାଏ ଯେ, ୧୦-୧୫ ମିନିଟ୍‌ରେ ମଣିଷର ମୃତ୍ୟୁ ହୋଇଥାଏ।

Share