ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍‌ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍‌

ବଲିଉଡ୍‌ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍‌ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ସୁସ୍ମିତା ୧୯ ନଭେମ୍ବରରେ ୪୪ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଏହି ଖାସ୍‌ ଦିନରେ ତାଙ୍କ ସହ ଜଡ଼ିତ ଥିବା କିଛି କଥା ଆସନ୍ତୁ ଜାଣିବା। ୧୯୯୪ ମସିହାରେ ସେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିଥିଲେ। ଏଥିରେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗୋଆରେ ଚାଲିଥିଲା। ପ୍ରତିଯୋଗିତାରେ ଦୁଇଜଣ କେହି କାହାଠୁ ଋଣା ନ ଥିଲେ। କିନ୍ତୁ ଶେଷ ରାଉଣ୍ଡରେ ସୁସ୍ମିତା ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଟାଏ ଅପ୍‌ ହୋଇଯାଇଥିଲା।

ଜଜ୍‌ ଦୁଇଜଣଙ୍କୁ ୯.୩୩ ନମ୍ବର ଦେଇଥିଲେ। ଏହା ପରେ ସର୍ତ୍ତ ଥିଲା ଦୁଇଜଣଙ୍କୁ ଗୋଟିଏ ଗୋଟିଏ ପ୍ରଶ୍ନ ପଚରାଯିବ, ଯିଏ ଏହାର ଉତ୍ତର ଭଲ ଭାବରେ ଦେଇପାରିବେ ସେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଗ୍ରହଣ କରିବେ। ଜଜ୍‌ ଐଶ୍ୱର୍ଯ୍ୟାଙ୍କୁ ପଚାରିଥିଲେ, ‘ଆପଣ ଆପଣଙ୍କ ସ୍ବାମୀଙ୍କଠାରେ କେଉଁ ଭଲଗୁଣ ଦେଖିବାକୁ ଚାହିଁବେ’? ରିଜ୍‌ ଫରେଷ୍ଟରଙ୍କ ପରି ବୋଲ୍ଡ୍‌ ଏବଂ ବ୍ୟୁଟିଫୁଲ୍‌ କିମ୍ବା ମୈସନ୍‌ କ୍ୟାପାବୁଲ୍‌ଙ୍କ ପରି। ଏହା ଉତ୍ତରରେ ଐଶ୍ୱର୍ଯ୍ୟା କହିଥିଲେ ମୈସନ୍‌। ସେ ବହୁତ କେୟାରିଂ। ସେ ମୋ ଚରିତ୍ର ସହ ମେଳ ଖାଇବେ। କହିରଖୁଛୁ ରିଜ୍‌ ଫରେଷ୍ଟର ଏବଂ ମୈସନ୍‌ କ୍ୟାପାବୁଲ୍‌ ଦୁଇଜଣ ହଲିଉଡ୍‌ କ୍ୟାରେକ୍ଟରଙ୍କ ନାମ ଥିଲା।

ଏହା ପରେ ସୁସ୍ମିତାଙ୍କୁ ପଚରାଯାଇଥିଲା ଆପଣଙ୍କୁ ଆପଣଙ୍କ ଦେଶର ଟେକ୍ସଟାଇଲ୍‌ ହେରିଟେଜ୍‌ ବିଷୟରେ କ’ଣ ଜଣାଅଛି? କେବେ ଆରମ୍ଭ ହୋଇଥିଲା? କ’ଣ ପିନ୍ଧିବାକୁ ପସନ୍ଦ କରିବେ? ଏହାର ଉତ୍ତରରେ ସୁସ୍ମିତା କହିଥିଲେ, ମୁଁ ଯେତିକି ଜାଣିଛି ଏହା ମହାତ୍ମାଗାନ୍ଧୀ ସମୟରେ ଆରମ୍ଭ ହୋଇଥିଲା। ଏହା ଭିତରେ ଅନେକ ଦିନ ବିତିଗଲାଣି। ମୋତେ ଭାରତୀୟ ଏବଂ ଏଥେନିକ୍‌ ପୋଷାକ ପିନ୍ଧିବାକୁ ଭଲଲାଗେ। ମୁଁ ଭାରତୀୟ ପୋଷାକ ହିଁ ପିନ୍ଧିବି। ଏହି ଉତ୍ତର ଦେଇ ସେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ଯାଇଥିଲେ।

Share