Categories: ଖେଳ

ଏହି ପ୍ରଶ୍ନର ଉତ୍ତର ମୋଦିଙ୍କୁ ପଚାରିବାକୁ କହିଲେ ଗାଙ୍ଗୁଲି

କୋଲକାତା,୧୭।୧୦: ଭାରତୀୟ ଦଳର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ଏତେ ବଡ ପଦରେ ବସିବା ପୂର୍ବରୁ ନିଜ ଘର କୋଲକାତାକୁ ଯାଇଛନ୍ତି। ସେଠାରେ ତାଙ୍କର ଜୋରଦାର ସ୍ବାଗତ କରାଯାଇଥିଲା। ସେଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ତାଙ୍କର ଭାରତ-ପାକିସ୍ତାନ କ୍ରିକେଟ ସିରିଜକୁ ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଏ ପ୍ରଶ୍ନ ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପଚାରନ୍ତୁ। ଏହି ଦୁଇ ଜଣଙ୍କ ମଞ୍ଜୁରୀ ବିନା ଭାରତ-ପାକିସ୍ତାନ କ୍ରିକେଟ ସିରିଜ ଅସମ୍ଭବ। ସୂଚନାଯୋଗ୍ୟ, ଶେଷଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ୨୦୧୨ରେ ଖେଳାଯାଇଥିଲା। ୧୯୯୯ କାରଗିଲ ଯୁଦ୍ଧ ପରେ ୨୦୦୪ରେ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିଥିଲା।

Share