Categories: ଖେଳ

ଏହି ପ୍ରସିଦ୍ଧ କ୍ରିକେଟରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ତାଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି

ଚଳିତବର୍ଷ ଅଷ୍ଟ୍ରେଲିଆର ସବୁଠୁ ପ୍ରତିଷ୍ଠିତ କ୍ରିକେଟ ପୁରସ୍କାର ଆଲାନ ବର୍ଡର ଟ୍ରଫି ଜିତିଛନ୍ତି ପ୍ରସିଦ୍ଧ କ୍ରିକେଟର ଡେଭିଡ୍‌ ଓ୍ବାର୍ନର। କ୍ରିକେଟରେ ଆଜି ଯେଉଁ ସଫଳତା ମିଳିଛି, ତା’ର ସମସ୍ତ ଶ୍ରେୟ ସେ ସ୍ତ୍ରୀ କ୍ୟାଣ୍ଡିସ୍‌ ଓ୍ବାର୍ନରଙ୍କୁ ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ମୋର ଅତ୍ୟଧିକ ମଦ୍ୟପାନ ଅଭ୍ୟାସ ଥିଲା। ଅନେକ ସମୟ ନିଶାରେ ଉବୁଟୁବୁ ହେଉଥିଲି। କିନ୍ତୁ କ୍ୟାଣ୍ଡିସ୍‌ଙ୍କ ଯୋଗୁ ଏହି କୁଅଭ୍ୟାସରୁ ନିଜକୁ ଦୂରେଇ ରଖିପାରିଥିଲି। ଏମିତି ଦିନ ଆସିଥିଲା, ନିଶାସକ୍ତ ଅବସ୍ଥାରେ ତାଙ୍କୁ ଏକ ଶକ୍ତ ଚାପୁଡା ମାରିବାକୁ ବି ସେ ପଛାଇ ନ ଥିଲେ ବୋଲି ଓ୍ବାର୍ନର କହିଛନ୍ତି। ମଦ୍ୟପାନ କରିବାକୁ ଅଷ୍ଟ୍ରେଲିଆ ଡ୍ରେସିଂ ରୁମ୍‌ରେ ଅନୁମତି ଥିଲେ ମଧ୍ୟ କ୍ୟାଣ୍ଡିସ୍‌ଙ୍କ କଥା ମାନି ନିଜକୁ ଏହାଠାରୁ ଦୂରେଇ ରଖୁଥିଲି। ତେଣୁ କ୍ୟାଣ୍ଡିସ୍‌ଙ୍କ ଯୋଗୁ ହିଁ ମୋ କ୍ରିକେଟ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।

Share