Categories: ଫୁରସତ

ଏହି ପ୍ରସିଦ୍ଧ ଗାୟକଙ୍କ ଚଷମା ୧ କୋଟି ଟଙ୍କାରେ ନିଲାମ

ଯେଉଁମାନେ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି, ସେମାନେ ଜନ୍‌ ଲେନନ୍‌ଙ୍କ ନାଁ ନିଶ୍ଚୟ ଶୁଣିଥିବେ। ଦ ବିଟଲ୍ସ ନାମରେ ପ୍ରସିଦ୍ଧ ଜନ୍‌ଙ୍କ ଚଷମା ନିକଟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିଲାମ ହୋଇଛି। ଆଲାନ ହେରିଙ୍ଗ୍‌ ଏହି ଚଷମାକୁ ନିଲାମ କରିଥିଲେ। କିନ୍ତୁ ଚଷମାକୁ କିଏ କିଣିଛନ୍ତି ତାଙ୍କ ନାଁ ପ୍ରକାଶ କରାଯାଇନାହିଁ। ଜନଙ୍କ ଗାଡିଚାଳକ ଥିବା ଆଲାନ କହିଛନ୍ତି, ଯଦିଓ ମୁଁ ତାଙ୍କ ଜିତିଷକୁ ନିଲାମ କରିଛି କିନ୍ତୁ ତାଙ୍କ ସହ ବିତାଇଥିବା ପ୍ରତିଟି ମୂହୁର୍ତ୍ତ ମୋ ପାଇଁ ଅଭୁଲା ହୋଇ ରହିବ। ନିଲାମ କରାଯାଇଥିବା ଚଷମା ବିଷୟରେ କହିବାକୁ ଯାଇ ଆଲାନ କହିଛନ୍ତି, ଦିନେ ଉକ୍ତ ଚଷମାଟି ଭାଙ୍ଗିଯାଇଥିବାରୁ ମୁଁ ଲେନନ୍‌ଙ୍କୁ ଏହାର ମରାମତି ପାଇଁ କହିଥିଲି। କିନ୍ତୁ ସେ ମନା କରି ଦେଇଥିଲେ ବୋଲି ଆଲାନ କହିଛନ୍ତି।

Share