ଏହି ଫଳ ଖାଇଲେ ଦୂର ହୁଏ ନାନା ସମସ୍ୟା

ନାସ୍ପାତି ଏମିତି ଏକ ଫଳ ଯାହା ସବୁ ଋତୁରେ ମିିଳୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ଭିଟାମିନ୍‌, ମିନେରାଲ ଏବଂ ଫାଇବର ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।


ଷ୍ଟୋନ୍‌ ସମସ୍ୟା ଦୂର କରେ :
ଷ୍ଟୋନ୍‌ରୋଗୀଙ୍କ ପାଇଁ ନାସ୍ପାତି ବହୁ ଉପକାରୀ। ପ୍ରତିଦିନ ଗୋଟିଏ ଗ୍ଲାସ ନାସ୍ପାତି ଜୁସ୍‌ ପିଇଲେ ଷ୍ଟୋନ୍‌ ସମସ୍ୟା ଦୂର ହୋଇଥାଏ। ଏଥିସହିତ ବାତ, ପିତ, କଫ ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଭୋକ ବୃଦ୍ଧି କରେ :
ଭୋକ ଲାଗୁ ନ ଥିଲେ ନାସ୍ପାତି ଖାଆନ୍ତୁ। ଏହାକୁ ଖାଇଲେ ଖାଦ୍ୟ ପ୍ରତି ରୁଚି ଆସିଥାଏ। ନାସ୍ପାତି ଖଣ୍ଡ ଉପରେ ବିଟ ଲୁଣ ଦେଇ ଖାଇଲେ ଭୋକ ଲାଗିଥାଏ।

ଚର୍ମରୋଗରୁ ମୁକ୍ତି ଦିଏ :
କୌଣସି ଚର୍ମରୋଗ ଦେଖାଦେଲେ ନାସ୍ପାତି ତେଲ ବ୍ୟବହାର କରନ୍ତୁ। କୁଣ୍ଡେଇ ହେଉଥିବା ସ୍ଥାନରେ ଏହି ତେଲକୁ ଲଗାଇଲେ ଉପଶମ ମିଳିଥାଏ।
ଶାରୀରିକ ଶକ୍ତି ବଢ଼ାଏ :
ନାସ୍ପାତି ଖାଇଲେ ଶରୀରକୁ ପ୍ରଚୁରମାତ୍ରାରେ ଶକ୍ତି ମିଳିଥାଏ।

ଆନେମିଆ ରୋଗ ଦୂର କରେ :
ନାସ୍ପାତି ହେମୋଗ୍ଲୋବିନ୍‌ ସ୍ତର ବଢ଼ାଇଥାଏ। ଆନେମିଆରେ ପୀଡ଼ିତ ରୋଗୀ ନାସ୍ପାତି ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ।