ଏହି ଫିଲ୍ମରେ ଅଭିନୟ ପାଇଁ ଗୋଟିଏ ଟଙ୍କା ବି ନେଇ ନ ଥିଲେ ଅମିତାଭ-ଜୟା: ହୋଇଗଲା ସୁପରହିଟ୍‌

୧୯୭୫ରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଚୁପକେ ଚୁପକେ’ ମୁକ୍ତିଲାଭ କରିଥିଲ। ଏହା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏକ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା। ଏହି ସୁପରହିଟ୍‌ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣ ମଧ୍ୟ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ କାମ କରିବା ପାଇଁ ଅମିତାଭ ଏବଂ ଜୟା କୌଣସି ପାରିଶ୍ରମିକ ନେଇ ନ ଥିଲେ।
ଏହି ଚଳଚ୍ଚିତ୍ରର ଶୁଟିଂ ପୂର୍ବରୁ ମଧ୍ୟ ଅମିତାଭ ୧୯୭୩ରେ ‘ଜଞ୍ଜୀର’ ସହିତ ସଫଳତା ହାସଲ କରିଥିଲେ। କିନ୍ତୁ ତଥାପି ସେ ‘ଚୁପକେ ଚୁପକେ’ରେ ଜଣେ ସହଯୋଗୀ ଅଭିନେତା ହେବାକୁ ରାଜି ହୋଇଥିଲେ। କାରଣ ଋଷିକେଶ ମୁଖାର୍ଜୀ ଉଭୟ ଜୟା ଏବଂ ଅମିତାଭଙ୍କର ପ୍ରିୟ ନିର୍ଦ୍ଦେଶକ ଥିଲେ ଏବଂ ସେ ତାଙ୍କ ସହ କାମ କରିବାର କୌଣସି ସୁଯୋଗ ଛାଡିବାକୁ ଚାହୁଁ ନ ଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭ-ଜୟା କାଷ୍ଟ ହେବା ପଛରେ ମଧ୍ୟ ଏକ ବଡ଼ କାରଣ ଥିଲା।
ଏହାପୂର୍ବରୁ ଏହି ଚଳଚ୍ଚିତ୍ରରେ ଋଷିକେଶ ଅମିତାଭ ଏବଂ ଜୟା ବଚ୍ଚନଙ୍କ ଭୂମିକା ପାଇଁ ଏକ ନୂଆ ଚେହେରା ନେବାକୁ ଚାହୁଁଥିଲେ। ଯେତେବେଳେ ଅମିତାଭ-ଜୟା ଜାଣିବାକୁ ପାଇଲେ ଯେ ଋଷିକେଶ ଏକ କମେଡି ଫିଲ୍ମ ବିଷୟରେ ଚିନ୍ତା କରୁଛନ୍ତି, ସେତେବେଳେ ଉଭୟ ତାଙ୍କ ନିକଟରେ ପହଞ୍ଚି ଫିଲ୍ମରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯଦିଓ ନିର୍ଦ୍ଦେଶକ କହିଥିଲେ ଯେ, ସେ ଏକ ନୂଆ ଚେହେରା ଖୋଜୁଛନ୍ତି। କିନ୍ତୁ ଉଭୟ ନିଜ ମତରେ ଦୃଢ ଼ ରହିଲେ ଏବଂ କହିଥିଲେ ଯେ ଏହି ଚଳଚ୍ଚିତ୍ର ପାଇଁ ସେମାନେ କୌଣସି ପାରିଶ୍ରମିକ ନେବେ ନାହିଁ। ତା’ପରେ ଶେଷରେ ଋଷିକେଶ ଏହି ଚଳଚ୍ଚିତ୍ରରେ ଅମିତାଭ ଏବଂ ଜୟାଙ୍କୁ କାଷ୍ଟ କରିଥିଲେ।
ଉଭୟ ଚଳଚ୍ଚିତ୍ରରେ କାମ ପାଇଲେ ଏବଂ ଫିଲ୍ମ ’ଚୁପକେ ଚୁପକେ’ ସଫଳତାର ଶୀର୍ଷ ଛୁଇଁଲା। ଏହା ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଜୟା ବଚ୍ଚନ ଗର୍ଭବତୀ ହୋଇଥିଲେ। କିନ୍ତୁ ଫିଲ୍ମର ଦୃଶ୍ୟ ଏପରି ଢଙ୍ଗରେ ସୁଟ କରାଯାଇଥିଲା ଯେ ତାଙ୍କ ଗର୍ଭଧାରଣ କୌଣସି ସ୍ଥାନରେ ଦେଖିବାକୁ ମିଳି ନ ଥିଲା। ଏହାପୂର୍ବରୁ ଅମିତାଭ ବମ୍ବେ ଟୁ ଗୋଆ ଭଳି କମେଡି ଫିଲ୍ମ ମଧ୍ୟ କରିଥିଲେ।

Share