ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ ମାନୁଷୀ ଛିଲ୍ଲର

୨୦୧୭ରେ ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ୟଶରାଜ ପ୍ରଡକ୍ସନରେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ ଚୌହାନ’ରେ ଅଭିନୟ କରିବେ ମାନୁଷୀ। ଫିଲ୍ମରେ ପୃଥୀରାଜ ଚୌହାନଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ ଏବଂ ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ମାନୁଷୀ। ଫିଲ୍ମ ପାଇଁ ସେ ଅଡିସନ୍‌ ଦେଇଥିଲେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଗତ ୯ ମାସ ହେବ ଏହି ଫିଲ୍ମ ପାଇଁ ମାନୁଷୀ ଟ୍ରେନିଂ ନେଉଛନ୍ତି। ଏହି ଫିଲ୍ମ ପାଇଁ ଅକ୍ଷୟ ମଧ୍ୟ ବେଶ୍‌ ଉତ୍ସାହିତ ଥିବା ଟୁଇଟରରେ କହିଛନ୍ତି।

 

Share