ଏହି ବଲିଉଡ୍‌ ନାୟକଙ୍କ ପ୍ରେମରେ ପଡିଥିଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ୨୦୧୪ରେ ଫିଲ୍ମ ହିରୋପନ୍ଥି ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୩୦ ବର୍ଷରେ ପଦାର୍ପଣ କରିଥିବା ଏହି ନାୟିକା ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ମଡେଲିଂକୁ ନିଜର କ୍ୟାରିୟର ଭାବେ ବାଛି ନେଇଥିଲେ। ଇଲୋକ୍ଟ୍ରନିକ୍ସ ଓ କମ୍ୟୁନିକେଶନରେ ସେ ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ କ୍ରିତି ତେଲଗୁ ଫିଲ୍ମ Nenokkadineରେ ମହେଶ ବାବୁଙ୍କ ସହ ଅଭିନୟ କରିଥିଲେ। ଏହାପରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଆଉ ସେଇଠି ସେ ସୁଲତାନ ସଲମାନଙ୍କ ବଡ ଫ୍ୟାନ୍‌ ପାଲଟି ଯାଇଥିଲେ। ସଲମାନଙ୍କୁ ସେ ତାଙ୍କର ପ୍ରଥମ କ୍ରସ ବୋଲି କୁହନ୍ତି। ହେଲେ ଏବେ ତାହା ତାଙ୍କ ପାଇଁ ଅତୀତ ହୋଇଯାଇଛି। ଜିରୋ ଫିଗର ମେଣ୍ଟେନ୍‌ କରୁଥିବା କ୍ରିତି କିନ୍ତୁ କେବେହେଲେ ଖାଦ୍ୟ ପାନୀୟରେ କଣ୍ଟ୍ରୋଲ କରନ୍ତି ନାହିଁ। ତାଙ୍କୁ ମିଠା ହାଲଓ୍ବା, କଷ୍ଟାର୍ଡ, ଚିଜ କେକ୍‌ ଓ ଚକୋଲଟ୍‌ ବହୁତ ପସନ୍ଦ ବୋଲି ସେ କୁହନ୍ତି। ଅବସର ସମୟରେ ଏହି ନାୟିକା ମେଡିଟେଶନ କରିବା, ଫିଲ୍ମ ଦେଖିବା, ଖାଦ୍ୟ ପ୍ରସ୍ତୁତ କରିବା, କବିତା ଲେଖିବା ଓ ଡ୍ୟାନ୍ସ କରିବାକୁ ପସନ୍ଦ କରନ୍ତି। ସେ ଜଣେ ପ୍ରଫେଶନାଲ କଥକ ଡ୍ୟାନ୍ସର।

Share