ଏହି ବଲିଉଡ୍‌ ଷ୍ଟାର୍‌ମାନେ ଗୋଟିଏ ବିଜ୍ଞାପନକୁ କେତେ ଟଙ୍କା ନିଅନ୍ତି ଜାଣନ୍ତି କି?

ବଲିଉଡ୍‌ ଷ୍ଟାର୍‌ମାନେ ତ ଫିଲ୍ମ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି। କିନ୍ତୁ ଜାଣିଛନ୍ତି କି ବଲିଉଡର ଆଗଧାଡିର ଅଭିନେତାମାନେ ଗୋଟିଏ ବିଜ୍ଞାପନ ବାବଦରେ କେତେ ଫିସ୍‌ ନିଅନ୍ତି। ବିଜ୍ଞାପନରେ ସବୁଠୁ ଅଧିକ ଟଙ୍କା ନିଅନ୍ତି ଅମିର୍‌ ଖାନ୍‌। ସେ ପ୍ରତି ବିଜ୍ଞାପନ ପାଇଁ ୧୧ କୋଟି ଟଙ୍କା ନିଅନ୍ତି। ବାଦ୍‌ଶାହ ଶାହରୁଖ ଖାନ୍‌ ୯ କୋଟି ଟଙ୍କା ନେଉଥିବା ସୁପର୍‌ଷ୍ଟାର ଅମିତାଭ ବଚ୍ଚନ ଗୋଟିଏ ବିଜ୍ଞାପନ ପାଇଁ ୮ କୋଟି ଟଙ୍କା ନେଇଥାନ୍ତି। ସେହିପରି ଅକ୍ଷୟ କୁମାର ୭ କୋଟି, ସଲମାନ ଖାନ୍‌ ୭ କୋଟି ବିକି କୌଶଳ ୩ କୋଟି, ଟାଇଗର୍‌ ଶ୍ରଫ୍‌ ୨.୫ କୋଟି. ଆୟୁଷ୍ମାନ୍‌ ଖୁରାନା ୨.୨୫ କୋଟି ଏବଂ ରାଜକୁମାର ରାଓ ୧.୫ କୋଟି ଟଙ୍କା ନେଇଥାନ୍ତି।

Share