ମୁମ୍ବାଇ, ୧୬।୮:ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କଳାରେ ଥିଲା ତାଙ୍କର ପ୍ରଗାଢ ରୁଚି। ଟିକେ ତାଙ୍କୁ ସମୟ ମିଳିଲେ କବିତା, ଗଳ୍ପ କିମ୍ବା ଉପନ୍ୟାସ ପଢିବା ବା ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ସେ ଗାୟକ ଓ କମ୍ପୋଜର ଭୂପେନ ହଜାରିକାଙ୍କର ଥିଲେ ଜଣେ ବଡ ଫ୍ୟାନ। ଥରେ ଭୂପେନ ଦିଲ୍ଲୀ ରାମଲୀଲା ମଇଦାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ସେ ଷ୍ଟେଜ ଉପରେ ଥିବାବେଳେ ବାଜପେୟୀଙ୍କ ହାତଲେଖା ଗୋଟିଏ ଛୋଟ କାଗଜ ତାଙ୍କ ପାଖକୁ ଆସେ। ‘ମୋଇ ଏତି ଜାଜାବୋର’ ଆଉ ତଳେ ବାଜପେୟୀଙ୍କ ନାଁ ଲେଖା ହୋଇଥାଏ। ଭୁପେନ ଏହି ଚିଟ ପାଇବା ପରେ ଭାରି ଖୁସି ହୋଇଯାଆନ୍ତି। ଆଉ ଷ୍ଟେଜରେ ଏହି ଗୀତ ଗାଆନ୍ତି। ଆଗ ସିଟ୍ରେ ବସି ବାଜପେୟୀ ଏହି ଗୀତଟିର ମଜା ନେଉଥିଲେ। ସୂଚନାଯୋଗ୍ୟ, ନିକଟରେ ଭୂପେନ୍ ହଜାରିକାଙ୍କୁ ଭାରତରତ୍ନ ଉପାଧିରେ ଭୂଷିତ କରାଯାଇଥିଲା।