Categories: ଖେଳ

ଏହି ବିଦେଶୀ କ୍ରିକେଟର ଶେୟାର କଲେ ଆଲିଆ ଭଟ୍ଟଙ୍କ ଫଟୋ

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ଶେଲ ଗିବ୍ସ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ ଆନିମେଟେଡ୍‌ ଫଟୋ ନିଜ ଟୁଇଟରରେ ଶେୟାର କରି ଟ୍ରୋଲ୍‌ ହୋଇଛନ୍ତି। ଗିବ୍ସଙ୍କ ଏକ ଟୁଇଟକୁ ଜଣେ ୟୁଜର୍ସ ଲାଇକ୍‌ କରିଥିଲେ। ସେ ଖୁସି ହୋଇ ଆଲିଆଙ୍କ ଏକ ମଜାକିଆ ଆନିମେଟେଡ୍‌ ଫଟୋ ଶେୟାର କରିଥିଲେ। ପରେ ଯୁଜର୍ସ ଜଣଙ୍କ ପଚାରି ଥିଲେ ଏହି ଯୁବତୀଙ୍କୁ ଆପଣ ଜାଣନ୍ତି କି? ଏହାର ଜବାବରେ ଗିବ୍ସ କହିଥିଲେ ମୁଁ ଜାଣିନାହିଁ। ଏହାଶୁଣି ତାଙ୍କୁ କିଛି ଭାରତୀୟ ୟୁଜର୍ସ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଥିଲେ। ଗିବ୍ସ ୨୦୧୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏକଦିବସୀୟ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରିବାର ରେକର୍ଡ ଗିବ୍ସଙ୍କ ରହିଛି। ୨୦୦୭ ବିଶ୍ୱକପ୍‌ରେ ସେ ନେଦରଲାଣ୍ଡ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ।

Share