Categories: ଫୁରସତ

ଏହି ବୌଦ୍ଧ ମଠରେ ଥିବା ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ…

ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ। ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି। ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ ଗ୍ରହଣ କରିଥାନ୍ତି। ଦୀର୍ଘବର୍ଷ ତପସ୍ୟା କରିବା ପରେ ସେ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ। ପରେ ମଠରେ ତାଙ୍କର ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ମୂର୍ତ୍ତିର ମୁଣ୍ଡରେ ଜୀବନ୍ତ ମଣିଷଙ୍କ ଭଳି କେଶ ରହିଛି। ଏସବୁ କେଶ ବଢ଼ିଥାଏ ବୋଲି ଗାଁର ବାସିନ୍ଦା କୁହନ୍ତି। କୌତୁହଳ ବଶତଃ କେଶକୁ ଛିଣ୍ଡାଉଥିବା ବ୍ୟକ୍ତି ଶୀଘ୍ର ବୁଢ଼ା ହୋଇଯାଇ ମୃତ୍ୟୁବରଣ କରୁଥିବା ଲୋକେ କୁହନ୍ତି। ତେଣୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏପରି କରିବାକୁ ବାରଣ କରାଯାଇଥାଏ।

Share