Advertisement

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ…

ଡାଇବେଟିସ୍‌ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ଏଥି ପାଇଁ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟ ଦାୟୀ ବୋଲି ଚିକିତ୍ସା ବିଜ୍ଞାନୀ କହିଥାନ୍ତି। ଏ, ବି ତଥା ଏବି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କ ରକ୍ତରେ ଶର୍କରା ପାରିମାଣ ପ୍ରାୟତଃ ଅନ୍ୟ ଗ୍ରୁପ୍‌ ତୁଳନାରେ ଅଧିକ ରହିଥାଏ। ତେଣୁ ଏସବୁ ଗ୍ରୁପ୍‌ର ବ୍ୟକ୍ତିଙ୍କଠାରେ ଡାଇବେଟିସ୍‌ ହେବାର ଆଶଙ୍କା ଅଧିକ। ମାତା ପିତାଙ୍କ ରକ୍ତ ଏ-ବି-ଓ ଗ୍ରୁପ୍‌ର ହେଲେ ସନ୍ତାନଙ୍କ ବ୍ଲଡ୍‌ ଗ୍ରୁପ୍‌ ଓ, ଏ, ବି ତଥା ଏବି ହେବାର ସମ୍ଭାବନା ଅଧିକ ରୁହେ। ସେହିପରି ଆରଏଚ୍‌ ଫ୍ୟାକ୍ଟର ମଧ୍ୟ ଡାଇବେଟିସ୍‌ ହେବା କିମ୍ବା ନ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପଜିଟିଭ୍‌ ଆର୍‌ଏଚ୍‌ ଫ୍ୟାକ୍ଟର ଡାଇବେଟିସ୍‌ ରୋଗ ସୃଷ୍ଟି କରିଥାଏ ବୋଲି ଚିକିତ୍ସକ କହିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share