Categories: ଖେଳ

ଏହି ବ୍ୟକ୍ତିଙ୍କଠାରୁ କୋହଲି ଖାଇଥିଲେ ଶକ୍ତ ଚାପୁଡା, ଯାହାକୁ ଏବେ ବି ଭୁଲି ପାରିନାହାନ୍ତି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ କ୍ରିକେଟରେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, କ୍ରିକେଟରେ ଉଚ୍ଚ ଶିଖର ଛୁଇଁବା ପାଇଁ କୋହଲିଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଏଥିପାଇଁ ସେ ମାଡ ମଧ୍ୟ ଖାଇଥିଲେ। କୋଚିଂ ପାଇଁ ଆସିବା ବେଳେ ବିରାଟ କୋହଲିଙ୍କର ବୟସ ଥିଲା ମାତ୍ର ୯ବର୍ଷ । କିନ୍ତୁ ସେ ସିନିଅର୍‌ ଖେଳାଳିଙ୍କ ସହ ଖେଳିବା ପାଇଁ ପସନ୍ଦ କରୁଥିଲେ। ପିଲାଦିନର କୋଚ ରାମକୁମାର ଶର୍ମା କହିଛନ୍ତି, ସେତେବେଳେ ଭାରି ଦୃଢମନା ଥିଲେ କୋହଲି। ଛୋଟ ବେଳେ ସେ ଭାରି ଦୁଷ୍ଟ ଥିଲେ। କେତେବେଳେ ନିଜ ସିଟ୍‌ରେ ବସୁ ନ ଥିଲେ। ଯେତେବେଳେ ବିପକ୍ଷ ଟିମ କମ ସ୍କୋରରେ ଆଉଟ ହେଉଥିଲେ, ପ୍ରଥମେ ବ୍ୟାଟିଂ ପାଇଁ ବ୍ୟଗ୍ର ହେଉଥିଲେ ବିରାଟ କୋହଲି। ବେଳେ ସେ ଏମିତି ଜିଦ୍‌ ଧରୁଥିଲେ ଯେ, କୋଚଙ୍କଠାରୁ ଚାପୁଡ଼ା ବି ଖାଇଛନ୍ତି। ଆଜି ବି ମାଡ଼ କଥା ମନେ ପଡ଼ିଲେ ତାଙ୍କ କାନ ମୂଳ ଝାଇଁ ଝାଇଁ ହୁଏ ବୋଲି ଏକ ସାକ୍ଷାତକାରରେ କୋହଲି କହିଥିଲେ।

Share