Categories: ଖେଳ

ଏହି ବ୍ୟକ୍ତିଙ୍କ ପାଇଁ ସଚିନ କ୍ରିକେଟର ଭଗବାନ ପାଲଟିଥିଲେ

ରାଜ ସିଂ ଡୁଙ୍ଗୁରପୁର,କ୍ରିକେଟରେ ଏହି ନାଁଟିକୁ ହୁଏତ ବେଶି ଲୋକ ଜାଣି ନ ଥିବେ। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଇଁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱ କ୍ରିକେଟର ନାଁ କମାଇଥିଲେ। ଯଦି ସେଦିନ ଡୁଙ୍ଗରପୁର ୧୬ବର୍ଷୀୟ ସଚିନଙ୍କୁ ଦଳରେ ଚୟନ କରି ନ ଥାନ୍ତେ ହୁଏତ ଆଜି କ୍ରିକେଟରେ ଭଗବାନ ଭାବେ ଜଣାଶୁଣା ହୋଇ ନ ଥାନ୍ତେ। ୧୯୩୫ ଡିସେମ୍ବର ୧୯ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଡୁଙ୍ଗରପୁର। ୧୬ବର୍ଷ ପର୍ଯ୍ୟନ୍ତ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ପରେ ୨୦ ବର୍ଷ ଯାଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସହ ଜଡିତ ଥିଲେ। ଏହା ଭିତରେ ଭାରତୀୟ ଦଳର ଚୟନକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ସେ ଚୟନକର୍ତ୍ତା ଥିବାବେଳେ ସଚିନଙ୍କୁ ଭାରତୀୟ ଦଳରେ ନେଇଥିଲେ। ୨୦୦୯ ମସିହା ଆଜିର ଦିନରେ ଅର୍ଥାତ୍‌ ସେପ୍ଟେମ୍ବର ୧୨ରେ ତାଙ୍କ ପରଲୋକ ଘଟିଥିଲା। କ୍ରିକେଟର ଜଗତରେ ରାଜଭାଇ ନାମରେ ପରିଚିତ ଡୁଙ୍ଗରପୁର ସଚିନଙ୍କୁ କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ(ସିସିଆଇ)ରେ ଏଣ୍ଟ୍ରି ଦେବାରେ ସହାୟତା କରିଥିଲେ। ସଚିନଙ୍କ ପାଇଁ ସେ ସିସିଆଇର ନିୟମ ଭାଙ୍ଗିଦେଇ ନୂଆ ନିୟମ କରିଥିଲେ। ଇଂଲଣ୍ଡରେ ସଚିନ ଟ୍ରେନିଂ ନେବା ପାଇଁ ଟଙ୍କା ବି ଜୁଟାଇଥିଲେ ଡୁଙ୍ଗରପୁର। କ୍ରିକେଟରେ ସଫଳତାର ଶ୍ରେୟ ସଚିନ ଡୁଙ୍ଗରପୁରଙ୍କୁ ଦେଇଥିଲେ। ଯଦି ତାଙ୍କୁ ସେତେବେଳେ ସେ ସହାୟତା ନ ଦେଇଥାନ୍ତ, ତେବେ ସେ ଆଜି ଏତେ ସଫଳତା ପାଇପାରି ନ ଥାନ୍ତେ ବୋଲି ସଚିନ କହିଥିଲେ।

Share