Categories: ଫୁରସତ

ଏହି ବ୍ୟକ୍ତିଙ୍କ ସହ ଚନ୍ଦ୍ରକୁ ଯିବା ପାଇଁ ଚାହୁଁଛନ୍ତି ୨୦ ହଜାର ଯୁବତୀ

ଜାପାନର କୋଟିପତି ବ୍ୟବସାୟୀ ୟୁସାକୁ ମାଏଜାବାଙ୍କ ସହ ଚନ୍ଦ୍ର ପାଖକୁ ଯିବା ପାଇଁ ୨୦ ହଜାରରୁ ଅଧିକ ଯୁବତୀ ଆବେଦନ କରିଛନ୍ତି। ୪୪ ବର୍ଷୀୟ ୟୁସାକୁ ଚନ୍ଦ୍ର ପାଖକୁ ଯିବା ପାଇଁ ଗର୍ଲଫ୍ରେଣ୍ଡ ଖୋଜୁଥିଲେ। ଏଥିପାଇଁ ସେ ଜାନୁୟାରୀ ୧୨ରେ ଏକ ଖୋଲା ଦରଖାସ୍ତ ଆହ୍ବାନ କରିଥିଲେ। ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଯୁବତୀ ତାଙ୍କ ସହ ଯିବା ପାଇଁ ଆବେଦନ କରିଥିବା ଜଣାପଡିଛି। ମାଏଜାବା ଜାପାନର ୧୮ତମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା। ୨୦୦୪ରେ ସେ ଏକ ଫ୍ୟାଶନ ଓ୍ବେବସାଇଟ୍‌ ଜୋଜୋଟାଉନ୍‌ ଲଞ୍ଚ୍‌ କରିଥିଲେ। ୨୦୧୮ରେ ବିଶ୍ୱର ୭୨ଟି ଦେଶରେ ଏହାର ଶାଖା ରହିଛି। ସଫଳ ବ୍ୟବସାୟୀ ହେବା ସହିତ ନିଜ କଲେକ୍ସନ ପାଇଁ ମଧ୍ୟ ଲୋକପ୍ରିୟ ଅଟନ୍ତି ସେ। ତାଙ୍କ ପାଖରେ ପିକାସୋର ଅସଲି ପେଣ୍ଟିଙ୍ଗ୍ସ ସହିତ ବୁଗାନୀର ଅନେକ ସୁପର କାର ଏବଂ ଚନ୍ଦ୍ର ପାଖକୁ ଯିବା ପାଇଁ ଏଲନ ମସ୍କର ସ୍ପେସ୍‌ ଏକ୍ସର ଟିକେଟ ମଧ୍ୟ ରହିଛି। ୨୦୧୮ ସେପ୍ଟେମ୍ବରରେ ସେ ଏହି ଟିକେଟ କିଣିଥିଲେ। ତାଙ୍କୁ ୨୦୨୩ରେ ଚନ୍ଦ୍ରକୁ ଯିବା ପାଇଁ ପ୍ରଥମ ପ୍ରାଇଭେଟ୍‌ ପାସେଞ୍ଜର ଭାବେ ଚୟନ କରାଯାଇଥିଲା।

Share