Posted inଫୁରସତ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। ସେ ଏମିତି କିଛି କରିଛନ୍ତି, ଯାହା ଶୁଣିଲେ ତାରିଫ ନ କରି ରହିପାରିବେନି। ଆସନ୍ତୁ ଜାଣିବା କ’ଣ କରନ୍ତି ସେ। ଅଖିଳେଶ ପ୍ରତିଦିନ ରାତିରେ କେରଳର ମଲ୍ଲାପୁରମସ୍ଥିତ ସବ୍‌ରିନା ହୋଟେଲକୁ ଖାଇବା ପାଇଁ ଯାଇଥାନ୍ତି। ଏହି ଅବସରରେ ହୋଟେଲ ବାହାରେ ଥିବା କିଛି ପିଲାଙ୍କ ଉପରେ ତାଙ୍କ ନଜର ପଡ଼ିଲା। ଏହା ପରେ ଅଖିଳେଶ ସେହି ପିଲାମାନଙ୍କୁ ଭିତରକୁ ଡାକିଲେ। ସେମାନେ ଭିତରକୁ ଆସିବା ପରେ କ’ଣ ଖାଇବ ବୋଲି ଅଖିଳେଶ ପଚାରିଲେ। ପିଲାମାନେ ଟେବୁଲ ଉପରେ ଥିବା ଖାଦ୍ୟଥାଳିକୁ ହାତ ଠାରିଲେ। ସେ ତୁରନ୍ତ ସେମାନଙ୍କ ପାଇଁ ଖାଇବା ମଗାଇଲେ। ସେମାନଙ୍କୁ ସେ ଖୁଆଇ ମଧ୍ୟ ଦେଲେ। ପିଲାମାନେ ଖାଇସାରି ମନଖୁୁୁୁୁୁୁୁୁୁୁୁୁୁୁୁସିରେ ଗଲେ। ଓ୍ବେଟରଙ୍କୁ ଅଖିଳେଶ ଡାକି ବିଲ୍‌ ଆଣିବା ପାଇଁ କହିଲେ। ବିଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅଖିଳେଶ। ଜାଣନ୍ତି ବିଲ୍‌ କେତେ ଥିଲା! ବିଲ୍‌ରେ ଲେଖାଥିଲା- ‘ଆମ ପାଖରେ ଏମିତି କିଛି ମେଶିନ ନାହିଁ, ଯାହା ମାନବିକତାର ବିଲ୍‌ କରିବ। ଖୁସିରେ ରୁହନ୍ତୁ।’ ଏହା ଦେଖି ଅଖିଳେଶଙ୍କ ଆଖି ନରମିଗଲା। ସେ ଏହି ବିଲ୍‌ଟିକୁ ତାଙ୍କ ଫେସବୁକ୍‌ରେ ଶେୟାର କରିଛନ୍ତି। ଏହାକୁ ଅନେକ ୟୁଜର୍ସ ଲାଇକ୍‌ କରିବା ସହ ଶେୟାର ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image