ଏହି ଭାରତୀୟ ଗାଁରେ ସମସ୍ତେ କଥା ହୁଅନ୍ତି ପର୍ତ୍ତୁଗିଜ୍‌ ଭାଷାରେ

ଭାରତ ଏମିତି ଏକ ଦେଶ ଯେଉଁଠି ସବୁଧର୍ମ ଓ ବହୁ ଭାଷାଭାଷୀର ଲୋକେ ବସବାସ କରନ୍ତି। କିନ୍ତୁ ମହାରାଷ୍ଟ୍ର ରାଇଗଡର କୋରଲାଇ ଗାଁ ସବୁଠାରୁ ନିଆରା। କାରଣ ଏଠାରେ ଥିବା ଭାରତୀୟମାନେ ପର୍ତ୍ତୁଗିଜ୍‌ ଭାଷାରେ କଥା ହୁଅନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। ଏଠାରେ ପ୍ରାୟ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଏହା ଗୋଆ ଓ ଦାମନ ମଧ୍ୟ ଭାଗରେ ଅବସ୍ଥିତ। ବହୁବର୍ଷ ପୁରୁଣା ଏକ ପର୍ତ୍ତୁଗିଜ ଫୋର୍ଟର ଭଗ୍ନାବଶେଷ ଏଠାରେ ଦେଖିବାକୁ ମିଳିଥାଏ। ଇତିହାସ କହେ ପ୍ରାୟ ବିଂଶ ଶତାବ୍ଦୀ ବେଳକୁ ଏଠାରେ ଥିବା ମରାଠା ଓ ମୁସଲମାନମାନେ ଏଠାରୁ ଅଲଗା ହୋଇଯାଇଥିଲେ। ତେଣୁ ବାକି ରହିଯାଇଥିବା ପର୍ତ୍ତୁଗିଜ୍‌ମାନଙ୍କର ବଂଶ ବୃଦ୍ଧି ପରେ ଏମାନେ ଆଉ ଅନ୍ୟ ଭାଷାରେ କଥା ନ ହୋଇ କେବଳ ପର୍ତ୍ତୁଗିଜ୍‌ ଭାଷାରେ କଥା ହୋଇଥିଲେ। ସେବେଠାରୁ ଏଠାରେ ଏହି ଭାଷା ପ୍ରଚଳିତ ହୋଇ ଆସୁଛି ବୋଲି କୁହାଯାଏ।

Share