ଏହି ଭିଡିଓ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ନେହା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ନେହା କକ୍କର ୩୧ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି। ଜୁନ୍‌ ୬ରେ ଜନ୍ମ ନେଇଥିବା ଏହି ପ୍ଲେବ୍ୟାକ୍‌ ସିଙ୍ଗର ପ୍ରଥମରୁ ବହୁ କଷ୍ଟ କରିଥିଲେ ସୁଦ୍ଧା ଏବେ ଜଣେ ପ୍ରତିଷ୍ଠିତ କଳାକାରର ପରିଚୟ ପାଇଛନ୍ତି। ପ୍ରଥମେ ଇଣ୍ଡିଆନ୍‌ ଆଇଡଲରୁ କ୍ୟାରିୟର ଆରମ୍ଭ କରିଥିବା ନେହାଙ୍କୁ କିନ୍ତୁୁ ଏକ ୟୁଟ୍ୟୁବ ଭିଡିଓ ରାତାରାତି ଷ୍ଟାର କରି ଦେଇଥିଲା। ୨୦୧୫ରେ ନେହା କିଛି ହିଟ୍‌ ହିନ୍ଦୀ ଫିଲ୍ମର ଗୀତକୁ ନେଇ ଏକ ସେଲ୍‌ଫି ଭିଡିଓ କରିଥିଲେ। ଏହାପରେ ସେ ଏହାକୁ ୟୁଟ୍ୟୁବରେ ଅପଲୋଡ କରି ଦେଇଥିଲେ। ଏହାପରେ ତାଙ୍କ ଗାୟିବାର ଶୈଳୀ ଅନେକଙ୍କୁ ପସନ୍ଦ ଆସିଥିଲା। ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୪୨ ମିଲିୟନ୍‌ ଭ୍ୟୁୟର୍ସ ଦେଖି ସାରିଲେଣି। ଯଦିଓ ଏହାପରେ ନେହାଙ୍କର ଆହୁରି କିଛି ଭିଡିଓ ୟୁଟ୍ୟୁବରେ ଆସିଥିଲା ଏହି ଭିଡିଓ କିନ୍ତୁ ତାଙ୍କୁ ରାତାରାତି ଷ୍ଟାର କରିବାରେ ବେଶ୍‌ ସହାୟକ ହୋଇଥିଲା। ଏବେ ନେହା, ତାଙ୍କ ବଡ ଭଉଣୀ ଓ ଭାଇ ସମସ୍ତେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି।

Share