Categories: ଫୁରସତ

ଏହି ମନ୍ଦିରରେ ଅଭିଶାପରୁ ପୂଜା ପାଉଛନ୍ତି ଦେବୀ ଦୁର୍ଗା

ବିଶ୍ୱର ବିଭିନ୍ନ ସ୍ଥାନରେ ଭଗବାନ ଶଙ୍କରଙ୍କ ମନ୍ଦିର ରହିଛି। ଏଭଳି ଏକ ପ୍ରାଚୀନ ଶିବ ମନ୍ଦିର ଇଣ୍ଡୋନେସିଆରେ ମଧ୍ୟ ରହିଛି। ୧୦ମ ଶତାବ୍ଦୀରେ ନିର୍ମିତ ଏହି ଶିବ ମନ୍ଦିରର ନାମ ରହିଛି ପ୍ରମ୍ବାନନ। ସହରଠାରୁ ପ୍ରାୟ ୧୭ କିମି ଦୂରରେ ଅବସ୍ଥିତ ଏହି ମନ୍ଦିରଟି ଖୁବ୍‌ ସୁନ୍ଦର ଏବଂ ପ୍ରାଚୀନ ସାଙ୍ଗକୁ ବିଶ୍ୱପ୍ରସିଦ୍ଧ। ମନ୍ଦିରରେ ମହାଦେବଙ୍କ ସମେତ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ମଧ୍ୟ ପୂଜା କରାଯାଏ। ଏଠାରେ ଦେବୀଙ୍କ ସ୍ଥାପନାକୁ ନେଇ ଏକ କାହାଣୀ ରହିଛି। କୁହାଯାଏ, ଏକ ସମୟରେ ଏଠାରେ ବକା ନାମକ ଦୈତ୍ୟ ରାଜା ଥିଲା। ତା’ର ଗୋଟିଏ ସୁନ୍ଦରୀ କନ୍ୟା ଥିଲା, ଯାହାର ନାମ ଥିଲା ରୋରୋ ଜୋଙ୍ଗରଙ୍ଗ। ବୋନ୍ଦୋୱସୋ ନାମକ ଜଣେ ବ୍ୟକ୍ତି ରୋରୋଙ୍କୁ ବିବାହ କରିବାକୁ ଚାହଁୁଥିଲେ। କିନ୍ତୁ ଗୋଟିଏ ରାତିରେ ହଜାରେ ମୂର୍ତ୍ତି ତିଆରି କରିପାରିଲେ ରୋରୋ ତାଙ୍କୁ ବିବାହ କରିବେ ବୋଲି ସର୍ତ୍ତ ରଖିଲେ। ସର୍ତ୍ତ ପୂରା କରିବାକୁ ଯାଇ ଗୋଟିଏ ରାତିରେ ବୋନ୍ଦୋୱସୋ ୯୯୯ଟି ମୂର୍ତ୍ତି ତିଆରି କରିଦେଲେ। ଶେଷ ମୂର୍ତ୍ତି ତିଆରି ବେଳକୁ ରୋରୋ ପୂରା ସହରର ଧାନ କ୍ଷେତରେ ନିଆଁ ଲଗାଇ ଦିନ ଭଳି ଆଲୋକିତ କରିଦେଲେ। ଭ୍ରମରେ ପଡ଼ି ବୋନ୍ଦୋୱସୋ ସର୍ତ୍ତ ହାରିଗଲେ ଭାବି ମୂର୍ତ୍ତି ତିଆରି ବନ୍ଦ କରିଦେଲେ। କିନ୍ତୁ ସତ କଥା ଜାଣିବା ପରେ ସେ ରେରୋଙ୍କୁ ଶେଷ ମୂର୍ତ୍ତି ହୋଇଯିବାର ଅଭିଶାପ ଦେଲେ। ଆଜି ରୋରୋଙ୍କ ସେହି ମୂର୍ତ୍ତୀ ଦେବୀ ଦୁର୍ଗାଙ୍କ ନାମରେ ପୂଜା ହେଉଛି।

Share