ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଏହା ହେଉଛି ଖଜରାନା ମନ୍ଦିର। ବିଜୟନଗରଠାରୁ କିଛି ଦୂର ଖଜରାନା ଚୌକ ନିକଟରେ ରହିଛି ଏହି ମନ୍ଦିର। ଅହଲ୍ୟା ବାଇ ହୋଲକରଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିରରେ ଦୁର୍ଗା, ଶିବ, ଗଙ୍ଗାମାତା, ଲକ୍ଷ୍ମୀ, ହନୁମାନ ପୂଜା ପାଇଥାନ୍ତି। ବୁଧବାର ଓ ଚତୁର୍ଥୀ ତିଥିରେ ଏଠାରେ ଗଣେଶଙ୍କର ଆରାଧନା କରାଯାଇଥାଏ। ବିଶ୍ୱାସ ରହିଛି ଯେ, ମାନସିକ କରି ଏଠାରେ ଓଲଟା ସ୍ବସ୍ତିକ ତିଆରି କଲେ ତାହା ପୂରଣ ହୁଏ। ତେବେ ମାନସିକ ପୂରଣ ପରେ ପୁନର୍ବାର ମନ୍ଦିରକୁ ଆସି ମାନସିକଧାରୀଙ୍କୁ ଏଠାରେ ସିଧା ସ୍ବସ୍ତିକ କରିବାକୁ ପଡ଼ିଥାଏ ।

Share