Categories: ଫୁରସତ

ଏହି ମନ୍ଦିରରେ ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ପ୍ରସାଦ ନୁହେଁ, ଚଢାଯାଏ ବିମାନ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଆମ ଦେଶରେ ଏଭଳି ଏକ ଗୁରୁଦ୍ୱାରା ରହିଛି, ଯେଉଁଠାରେ ଲୋକଙ୍କ ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ପ୍ରସାଦ ସ୍ଥାନରେ ପ୍ଲାଷ୍ଟିକ୍‌ ବିମାନ ଭେଟି ଲାଗିଥାଏ। ପଞ୍ଜାବର ଜଳନ୍ଧର ଜିଲାରେ ତଲ୍‌ହନ୍‌ରେ ଅବସ୍ଥିତ ଶହୀଦ୍‌ ବାବା ନିହାଲ ସିଂହଙ୍କ ଗୁରୁଦ୍ୱାରା ସାହିବ। କୁୂହାଯାଏ, କିଛି ଲୋକ ଏଠାରେ ବିଦେଶ ଯିବା ଆଶା ପୂରଣ ପାଇଁ ମାନସିକ କରିବାକୁ ଆସିଥାନ୍ତି। ଯେତେବେଳେ ଏହି ମାନସିକ ପୂରଣ ହୋଇଯାଏ, ସେତେବେଳେ କିଛି ଭେଟିସ୍ବରୂପ ଗୁରୁଦ୍ୱାରାରେ ଖେଳଣା ବିମାନ ଭେଟି ଚଢ଼ାଇଥାନ୍ତି। ଏବେ ଏହା ଏକ ପରମ୍ପରାରେ ପରିଣତ ହୋଇଛି। ଏହି ଗୁରୁଦ୍ୱାରା ପଞ୍ଜାବରେ ବହୁଚର୍ଚ୍ଚିତ। ପ୍ରତିବର୍ଷ ବାବା ନିହାଲ ସିଂହଙ୍କ ସ୍ମୃତିରେ ଏଠାରେ ଏକ ମେଳାର ଆୟୋଜନ ହୋଇଥାଏ। ସବୁଠୁ ବଡ଼ କଥା ମେଳାରେ ଭେଟିସ୍ବରୂପ ପ୍ରଦତ୍ତ ବିମାନ ସାଜିଥାଏ ମୁଖ୍ୟ ଆକର୍ଷଣ। ଏଠାରେ ହଜାର ହଜାର ସଂଖ୍ୟକ ଖେଳଣା ବିମାନ ରହିଛି। ଯାହା ଗୁରୁଦ୍ୱାରାର ଶୋଭାବର୍ଦ୍ଧନରେ ଆଉ ଏକ କାରଣ ସାଜିଛି।

Share