ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ପ୍ରସାଦ ଭାବେ ସୁନା,ରୁପା ଅଳଙ୍କାର ମିଳିଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଭିନ୍ନ ମନ୍ଦିର ରହିଛି ମଧ୍ୟପ୍ରଦେଶର ରତଲାମ ସହରର ମାଣକରେ। ଏଠାରେ ଥିବା ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥାଏ।
ଏଠାକୁ ଏତେ ସଂଖ୍ୟକ ଭକ୍ତି ଆସିଥାନ୍ତି କି ସେମାନେ ଦାନ କରୁଥିବା ଅଳଙ୍କାର ଏବଂ ଟଙ୍କାରେ ମା’ଙ୍କ ମୁହଁ ଦିଶେ ନାହିଁ। ଏପରିକି ମନ୍ଦିରକୁ ଫୁଲରେ ନୁହେଁ, ସୁନାରୁପା ଅଳଙ୍କାର ଏବଂ ଟଙ୍କାରେ ମଧ୍ୟ ସଜା ଯାଇଥାଏ। ଭକ୍ତମାନେ ଏଠାକୁ ଆସିଲେ ଖାଲି ହାତରେ ଫେରନ୍ତି ନାହିଁ। ପ୍ରସାଦ ଭାବରେ କିଛି ନା କିଛି ଅଳଙ୍କାର ନେଇ ଯାଇଥାନ୍ତି।