Categories: ଫୁରସତ

ଏହି ମନ୍ଦିରରେ ମହିଳା କରନ୍ତି ଭଗବାନଙ୍କ ଶୃଙ୍ଗାର…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଉତ୍ତରାଖଣ୍ଡ ଗଡଓ୍ବାଲରେ ଥିବା ମ୍ଫ୍ୟୁଲାନାରାୟଣ ମନ୍ଦିରରେ ପ୍ରଭୁ ନାରାୟଣଙ୍କ ଶୃଙ୍ଗାର ସ୍ଥାନୀୟ ମହିଳାମାନେ କରନ୍ତି। ଚମୋଲୀର ଉର୍ଗମ ଘାଟିରେ ହଜାରେ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିର ଅଞ୍ଚଳକୁ କେତେକ କଳ୍ପକ୍ଷେତ୍ର କହିଥାନ୍ତି। ଏଠାରେ ଶ୍ରଦ୍ଧାଳୁଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ପ୍ରବଳ ବରଫପାତ ଯୋଗୁ ବର୍ଷସାରା ଏହି ମନ୍ଦିର ବନ୍ଦ ରହିଥାଏ। ଚଳିତ ବର୍ଷ ଜୁଲାଇ ୧୭ରୁ ଏହି ମନ୍ଦିରର ଦ୍ୱାର ଖୋଲା ଯାଇଛି। ପୁଣି ଶୀତ ଦିନରେ ଏହାକୁ ବନ୍ଦ କରିଦିଆଯିବ।

Share