Categories: ଫୁରସତ

ଏହି ମନ୍ଦିରରେ ଶିବଲିଙ୍ଗ ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୁଏ

ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି। ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମତ୍କାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ ଜାଣିପାରୁ ନାହାନ୍ତି। ଏଭଳି ଏକ ଶିବଲିଙ୍ଗ ରାଜସ୍ଥାନର ଢୋଲ୍‌ପୁରରେ ରହିଛି। ନଁା ହେଉଛି ଅଚଳେଶ୍ୱର ମହାଦେବ। ସ୍ଥାନୀୟ ଅଞ୍ଚଳରେ ଥିବା ଦୁର୍ଗମ ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିର। ମନ୍ଦିରର ସବୁଠୁ ବଡ଼ ବିଶେଷତା ହେଉଛି ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୋଇଥାଏ। ଦେଖିବାକୁ ସାଧାରଣ ଶିବଲିଙ୍ଗ ହୋଇଥିଲେ ମଧ୍ୟ ଏହାର ଚମତ୍କାରୀ ସ୍ବରୂପ ପାଇଁ ଏହା ପ୍ରସିଦ୍ଧି ଅର୍ଜନ କରିଛି। ଲୋକଙ୍କ ଅନୁସାରେ, ଶିବଲିଙ୍ଗ ସକାଳେ ଲାଲ୍‌, ଦ୍ୱିପ୍ରହରରେ ଧୂସର ଏବଂ ରାତିରେ କଳାରଙ୍ଗରେ ପରିବର୍ତ୍ତିତ ହୋଇଥାଏ। ଅଚଳେଶ୍ୱର ମହାଦେବଙ୍କ ପ୍ରତି ଲୋକଙ୍କର ଗଭୀର ଶ୍ରଦ୍ଧା ରହିଛି। ବିଶ୍ୱାସ ରହିଛି, ମହାଦେବ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମନବାଞ୍ଛା ପୂରଣ କରିଥାନ୍ତି। କୁହାଯାଏ, ଅବିବାହିତମାନେ ଶିବଲିଙ୍ଗର ଦର୍ଶନ ମାତ୍ରକେ ନିଜ ମନପସନ୍ଦର ବର ପାଇଥାନ୍ତି।

Share