Categories: ଫୁରସତ

ଏହି ମନ୍ଦିରରେ ସତୀ ପ୍ରଥାକୁ କରାଯାଏ ବିରୋଧ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। କେତେକ ରାଜପୁତ୍‌ ସମ୍ପ୍ରଦାୟରେ ସତୀ ପ୍ରଥା ରାଜରାଜୁଡ଼ା ଶାସନ ସମୟରେ ପାଳନ କରାଯାଉଥିଲା। ଜୋହର ବ୍ରତରେ ଅଗ୍ନିରେ ସ୍ବୟଂକୁ ସମର୍ପିତ କରି ରାଜପୁତ ରମଣୀ ଶତ୍ରୁ ହାତରେ ନ ପଡ଼ିବା ପାଇଁ ଏଭଳି କରୁଥିବା ଇତିହାସରେ ଉଲ୍ଲେଖ ରହିଛି। ରାଜସ୍ଥାନ ଝୁନ୍‌ଝୁନ୍‌ରେ ମାତା ସତୀ ଦେବୀଙ୍କ ୪ ଶହ ବର୍ଷ ପୁରୁଣା ମନ୍ଦିର ରହିଛି। ମାତାଙ୍କୁ ଦୁର୍ଗାଙ୍କ ଅବତାର ଭାବେ ପୂଜା କରାଯାଇଥାଏ। ସ୍ଥାନୀୟ ଲୋକେ କୁହନ୍ତି ମାତା ତାଙ୍କ ସ୍ବାମୀଙ୍କ ହତ୍ୟାକାରୀଙ୍କୁ ନିପାତ କରି ଜୋହର ବ୍ରତ ପାଳନ କରି ଅଗ୍ନିରେ ଝାସ ଦେଇ ସତୀ ହୋଇଥିଲେ। ତେବେ ମନ୍ଦିରର କାନ୍ଥରେ ସତୀ ପ୍ରଥାକୁ ବିରୋଧ କରାଯାଉଥିବା ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି। କେତେକ କୁହନ୍ତି ରାଜା ରାମମୋହନ ରାୟଙ୍କ ସମୟରେ ମନ୍ଦିରରେ ଏଭଳି ଲେଖା ଯାଇଛି। ମନ୍ଦିରରେ ପୂଜାର୍ଚ୍ଚନା କଲେ ଅବିବାହିତ ଝିଅ ପୁଅଙ୍କ ବିବାହରେ ବାଧା ସୃଷ୍ଟି ହେଉ ନ ଥିବା ଲୋକେ କୁହନ୍ତି। ଏଠାରେ ସପ୍ତାହର ଶନିବାର ଏବଂ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।

Share