ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି । ଏହି ମନ୍ଦିରଟି ଚାରିଶହ ବର୍ଷର ପୁରୁଣା ଏଠାରେ ସାହାନାଇ ବଜାଇଥାନ୍ତି ସ୍ବର୍ଗୀୟ ଝୋଲେଲାହ ଖାଁଙ୍କ ପରିବାର । ମନ୍ଦିରରେ ଏହି ପରମ୍ପରା ପ୍ରାଚୀନ କାଳରୁ ଚଳିଆସୁଛି । ମନ୍ଦିରରେ ମହାଦେବଙ୍କ ସହିତ ମା’ ଭଗବତୀଙ୍କୁ ପୂଜା କରାଯାଇଥାଏ। ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ମା’ ଭଗବତୀଙ୍କୁ ଜାଗ୍ରତ କରିବା ପାଇଁ ଏହି ସାହାନାଇ ବାଦନ ପରମ୍ପରା ରହିଆସିଛି । ଏଠାରେ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ।

Share