Categories: ଫୁରସତ

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୁଏ ବଜ୍ରପାତ…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସେହିପରି କେତେକ ମନ୍ଦିରରେ ଥିବା ରହସ୍ୟ ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରିପାରି ନାହିଁ। ହିମାଚଳପ୍ରଦେଶ କୁଲ୍ଲୁଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଏପରି ଏକ ରହସ୍ୟମୟ ଶିବ ମନ୍ଦିର ରହିଛି। ସ୍ଥାନୀୟ ମଥାନ୍‌ଠାରେ ଥିବା ମଖନ୍‌ ମହାଦେବଙ୍କ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ପ୍ରତି ୧୨ ବର୍ଷରେ ବଜ୍ରପାତ ହୋଇଥାଏ। ଏପରି କାହିଁକି ହୁଏ ତାହାର ରହସ୍ୟ ସମସ୍ତଙ୍କୁ ଅଜଣା। ତେବେ ପରମ୍ପରା ଅନୁସାରେ ବଜ୍ରପାତ ପରେ ପୂଜାରୀ ଖଣ୍ଡିତ ଶିବଲିଙ୍ଗ ଉପରେ ବିଭିନ୍ନ ଚେରମୂଳୀ ଔଷଧ ଓ ଲହୁଣୀର ପ୍ରଲେପ ଦେଇଥାନ୍ତି। ସ୍ଥାନୀୟ ଲୋକେ ଏହାକୁ ବିଜଲା ମହାଦେବ ମନ୍ଦିର କହିଥାନ୍ତି।

Share