ଏହି ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ

ୟେରେଭାନ୍‌,୨୪।୯:ଆର୍ମେନିଆର ସ୍ପେଣ୍ଡରିଆନରେ ବାସ କରୁଥିବା ଜଣେ ମହିଳାଙ୍କ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ(ସ୍ପଟିକ) ବାହାରୁଛି। ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେଟନିକ୍‌ କାଜର଼୍ୟାନ୍‌ ନାମକ ଏହି ମହିଳା ଜଣଙ୍କୁ କେଉଁ ରୋଗ ହୋଇଛି ତାହାର ସନ୍ଧାନରେ ଲାଗିପଡିଛନ୍ତି ଡାକ୍ତର। ଉକ୍ତ ମହିଳାଙ୍କ ଆଖିରୁ ବାହାରୁଥିବା କ୍ରିଷ୍ଟାଲ କେଉଁଥିରେ ପ୍ରସ୍ତୁତ ହୋଇଛି ତାହା ପରୀକ୍ଷା ପାଇଁ ପଠାଯାଇଛି। ସେଟନିକ୍‌ ନିଜ ରୋଗକୁ ନେଇ ବେଶ୍‌ ଚିନ୍ତିତ ଅଛନ୍ତି। ଏକ ଗରିବ ପରିବାରରୁ ଆସିଥିବାରୁ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। କିଛି ଦିନ ତଳେ ଦନ୍ତ ଚିକିତ୍ସିକଙ୍କ ପାଖକୁ ଯାଇଥିବାବେଳେ ଆଖିରେ ଧୂଳି ପଡିବା ଭଳି ଲାଗିଥିଲା। ଆଖିରୁ କ୍ରିଷ୍ଟାଲ ବାହାରିବାରୁ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ଆଗ ଅପେକ୍ଷା ଆଖିରୁ ଅଧିକ କ୍ରିଷ୍ଟାଲ ବାହାରୁଥିବା ସେଟନିକ୍‌ କହିଛନ୍ତି।

Share