Categories: ଫୁରସତ

ଏହି ଯୁବକଙ୍କ ପାଟିରୁ ନୁହେଁ, ଛାତିରୁ ଶୁଭୁଛି ସିଟି; କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ହିମାଚଳପ୍ରଦେଶ: ସାଧାରଣତଃ ଲୋକେ ପାଟିରେ ସିଟି ବା ହୁଇସିଲ୍‌ ବଜାଇଥା’ନ୍ତି। ମାତ୍ର ଜଣେ ବ୍ୟକ୍ତିଙ୍କ ଛାତିରୁ ସିଟି ବଜାଇବାର ଶବ୍ଦ ଶୁଭୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହିମାଚଳପ୍ରଦେଶରେ ରହୁଥିବା ଜଣେ ଯୁବକଙ୍କଠାରେ ଏପରି ଦେଖିବାକୁ ମିଳିଛି।
ହିମାଚଳ ସ୍ବାସ୍ଥ୍ୟ ସଂସ୍ଥାନ ଆଇଜିଏମ୍‌ସିର ଡାକ୍ତର ବିପିନ୍‌ (୩୪) ନାମକ ଏହି ଯୁବକଙ୍କ ଅପରେଶନ କରାଇଛନ୍ତି। ଡାକ୍ତର ପରୀକ୍ଷା କରି ଅପରେଶନ କରିବାର ୨୦ ମିନିଟ୍‌ ପରେ ଏହାର କାରଣ ଜଣାପଡ଼ିଥିଲା।

ବିପିନ୍‌ ୨୦୦୬ ମସିହାରେ ଏକ କଲମର କ୍ୟାପକୁ ଭୁଲ ବଶତଃ ଗିଳିଦେଇଥିଲେ। ଫଳରେ ତାଙ୍କ ଫୁସ୍‌ଫୁସ ସଂକ୍ରମିତ ହୋଇଥିଲା। ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଶ୍ୱାସ ଯୋଗୁ ଏପରି ଶବ୍ଦ ହେଉଥବା ସମସ୍ତେ କହୁଥିଲେ। କିନ୍ତୁ ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରେ ଲାଗିଲା। ଫଳରେ ସେ ଆଇଜିଏମ୍‌ସିର ଡାକ୍ତରଙ୍କୁ ଦେଖାଇଲେ। ପରେ ଏହି ପ୍ରକୃତ କାରଣ ଜଣାପଡ଼ିଥିଲା।

Share