Categories: ଖେଳ

ଏହି ଯୁବତୀଙ୍କ ପ୍ରେମରେ ପଡିଛନ୍ତି କ୍ରିକେଟର୍‌ ନବଦୀପ ସଇନି

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନ୍ୟୁଜିଲାଣ୍ଡରେ ଭଲ ପ୍ରଦର୍ଶନ କରିଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି। ନିକଟରେ ପ୍ରେମ ଦିବସ ଅବସରରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଏକ ଫଟୋ ଶେୟାର କରିଥିଲେ ସଇନି। ତେଣୁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ପ୍ରେମିକାଙ୍କ ବିଷୟରେ ଜାଣିବାକୁ ଉତ୍ସୁକତା ପ୍ରକାଶ ପାଇଛି। ତେବେ ସଇନି ଯାହାଙ୍କ ପ୍ରେମରେ ପାଗଳ ସେ ହେଉଛନ୍ତି ପୂଜା ବିଜାର୍ନିଆ। ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭର କିଛି ଅଂଶ ଦାନ କରିଥିଲେ ପୂଜା। ୨୦୧୭ରେ ଡାକ୍ତର ଭୂଷଣ ଶ୍ରୀବାସ୍ତବ ପୂଜାଙ୍କ ଲିଭର ତାଙ୍କ ପିତାଙ୍କଠାରେ ସଫଳ ପ୍ରତିରୋପଣ କରିଥିଲେ। ପିତାଙ୍କ ଚିକିତ୍ସା ପାଇଁ ପୂଜାଙ୍କ ପରିବାର ସମ୍ପତ୍ତି ବିକି ଦେଇଥିଲେ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ ଡାକ୍ତ ଭୂଷଣ ଶ୍ରୀବାସ୍ତବ। ଯାହା ସେ ସମୟରେ ଭାଇରାଲ ହୋଇଥିଲା। ପୂଜା ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କୋର୍ସ ମଧ୍ୟ କରିଛନ୍ତି। ନବଦୀପଙ୍କୁ ସେ ଗତ ୨-୩ବର୍ଷ ହେବ ଡେଟିଂ କରୁଛନ୍ତି।
ନବଦୀପ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ପ୍ରତିଭା ରହିଛି। ସେ ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଛନ୍ତି। ସେ ମଧ୍ୟ ଫିଟ ଅଛନ୍ତି। ଖୁବ କମ ବୋଲର ଅଛନ୍ତି ଯେଉଁମାନେ ୧୫୦ କିମ୍ବା ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି। ତେଣୁ ତାଙ୍କ ସମ୍ମୁଖରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ। ଦୁଇବର୍ଷ ତଳେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀରଙ୍କୁ ପ୍ରଶଂସା କରିଥିଲେ। ନିଜ ସଫଳତାର ଶ୍ରେୟ ସେ ଗମ୍ଭୀରଙ୍କୁ ଦେଇଥିଲେ। ମୁଁ କିଛି ନ ଥିଲି, ଗମ୍ଭୀର ଭାଇ ମୋ ପାଇଁ ସବୁକିଛି କରିଛନ୍ତି ବୋଲି ସଇନି କହିଥିଲେ।

Share