Categories: ଫୁରସତ

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ ଓ ସୁନ୍ଦର ଗଢ଼ଣ ଥିବା ଝିଅ ପସନ୍ଦ ଆସିଥାଏ। କିନ୍ତୁ ୧୯ ଶତାଦ୍ଦୀରେ ଏଭଳି ନ ଥିଲା। ଗୋଟିଏ ଝିଅର ସୌନ୍ଦର୍ଯ୍ୟ ତାର ମନର ସୁନ୍ଦର ଭାବନାକୁ ଓ ମେଦବହୁଳତାକୁ ବୁଝାଉଥିଲା। ସେହି ସମୟରେ ଇରାନର ରାଜକୁମାରୀଙ୍କ ସୌନ୍ଦର୍ଯ୍ୟର କାହାଣୀ ବିଷୟରେ ଆଜି ବି ସମସ୍ତଙ୍କୁ ଅଳ୍ପେ ବହୁତେ ମନେ ଥିବ। କୁହାଯାଏ, ରାଜକୁମାରୀ ତାଜ ଅଲ କଜର ସୁଲ୍‌ତାନାଙ୍କର ସୌନ୍ଦର୍ଯ୍ୟ ସହ ଯେମିତି କୌଣସି ସମ୍ପର୍କ ନ ଥିଲା। ତାଙ୍କ ଚେହେରାରେ ପୁରୁଷଙ୍କ ଭଳି ଘନ ଆଇବ୍ରୋ ଓ ନିଶ ରହିଥିବା ବେଳେ ସେ ବହୁ ମୋଟା ମଧ୍ୟ ଥିଲେ।

 

କିନ୍ତୁ ସେହି ସମୟରେ ତାଙ୍କୁ ଖୁବ୍‌ ସୁନ୍ଦର ବୋଲି କୁହାଯାଉଥିଲା। ସେତେବେଳେ ତାଙ୍କୁ ଆଧୁନିକ ଯୁଗର ମହିଳା ବୋଲି କୁହାଯାଉଥିଲା। କାରଣ ସେ ଓ୍ବେର୍ଷ୍ଟନ୍‌ ଡ୍ରେସ ପିନ୍ଧିବାକୁ ବହୁତ ପସନ୍ଦ କରୁଥିଲେ। ସେହି ସମୟର ଯୁବକମାନେ ତାଙ୍କୁ ପସନ୍ଦ କରିବା ସହ ବିବାହ କରିବାକୁ ଚାହୁଁଥିଲେ। ହେଲେ ରାଜକୁମାରୀ ସେମାନଙ୍କର ପ୍ରସ୍ତାବକୁ ମନା କରିଦେଇଥିଲେ। ଏହି କଥାକୁ ନେଇ ପ୍ରାୟ ୧୩ଜଣ ଯୁବକ ନିଜର ଜୀବନ ହାରିଦେଇଥିଲେ। ରାଜକୁମାରୀଙ୍କ ଏଭଳି କରିବାର ପଛରେ ମଧ୍ୟ କାରଣ ରହିଛି। ସେ ପୂର୍ବରୁ ଅମୀର ହୁସୈନ ଖାନ ଶୋଜା-ଏ-ସଲ୍‌ତନେହଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ଝିଅ ଓ ୨ ପୁଅ ଥିଲେ। ହେଲେ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। କୁହାଯାଏ, ସେହି ସମୟରେ ବହୁ ଯୁବକଙ୍କ ସହ ରାଜକୁମାରୀଙ୍କ ସମ୍ପର୍କ ରହିଥିଲା। ଯେଉଁଥିରୁ ୨ଜଣ ତାଙ୍କର ଅତି ନିକଟତର ଥିଲେ। ତାଙ୍କର ପ୍ରେମ କାହାଣୀ ଆଜି ବି ବେଶ୍‌ ଚର୍ଚ୍ଚାରେ।

Share