Categories: ଜାତୀୟ

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ ପରିବାର ଫଣ୍ଡ ପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଜଲନ୍ଧରରେ ଆୟୋଜିତ ପରିବାର ନିଧିର ୧୧୬ତମ ସମାରୋହରେ ମୁଖ୍ୟମନ୍ତ୍ରୀ ଜୟରାମ ଏନେଇ ଘୋଷଣା କରିଛନ୍ତି। ଏହି ଅବସରରେ ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କ ପ୍ରତ୍ୟେକ ପରିବାରଙ୍କୁ ଶହୀଦ ଫଣ୍ଡ ଦ୍ୱାରା ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଏଥିସହ ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ଜୟରାମ ଠାକୁର କହିଛନ୍ତି, ଅନୁଚ୍ଛେଦ ୩୭୦ ଓ ଆର୍ଟିକାଲ ୩୫ଏ ଉଚ୍ଛେଦକୁ ଏକ ଐତିହାସିକ ପଦକ୍ଷେପ।

Share