ଏହି ଶାଗ ଉଚ୍ଚ ରକ୍ତଚାପ, ଡାଇବେଟିସ କରିଥାଏ ଦୂର

ଶୀତଦିନରେ ବଜାରରେ ବିଭିନ୍ନ ଶାଗ ମିଳିଥାଏ। ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଶାଗଗୁଡ଼ିକ ମଧ୍ୟରୁ ମେଥି ଶାଗ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏଥିରେ ପ୍ରୋଟିନ୍‌, ଫାଇବର୍‌, ଭିଟାମିନ୍‌ ସି’, ନିୟାସିନ୍‌, ଆଇରନ୍‌, ଫଲିକ୍‌ ଏସିଡ୍‌, ମ୍ୟାଗ୍ନେସିୟମ, କପର ପ୍ରଚୁର ପରିମାଣରେ ରହିଛି। ଏସବୁ ପୋଷକତତ୍ତ୍ୱ ଆମ ଶରୀର ପାଇଁ ନିହାତି ଜରୁରୀ। ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ରୋଗୀ ଏହି ଶାଗ ଖାଇଲେ ବହୁ ଉପକାର ମିଳିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ମେଥି ଶାଗ ଖାଇଲେ କୋଲେଷ୍ଟରଲ୍‌ ମାତ୍ରା କମ୍‌ ହୋଇଥାଏ। ଏହି କାରଣରୁ ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କା ବି କମ୍‌ ହୋଇଥାଏ। ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ।