ଏହି ଷ୍ଟାର କିଡ୍‌ସ ଦେଖିବାକୁ ଅବିକଳ ମାତାପିତାଙ୍କ ପରି

ବଲିଉଡ୍‌ର କିଛି ଅଭିନେତ୍ରୀ – ଅଭିନେତା ୯୦ ଦଶକରେ ବିବାହ କରି ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ମେ ୨୭ ଅର୍ଥାତ ଆଜି ଶାହାରୁଖଙ୍କ ପୁଅ ଅବରାମଙ୍କ ଜନ୍ମଦିନ। ଏହି ଷ୍ଟାର କିଡ୍‌ସ ପିତା ଶାହାରୁଖଙ୍କ ଅବିକଳ ନକଲ। ସେହିପରି ଆଉ କିଛି ଷ୍ଟାର କିଡ୍‌ସ ରହିଛନ୍ତି ଯେଉଁମାନେ ଦେଖିବାକୁ ଅବିକଳ ତାଙ୍କ ମାତାପିତାଙ୍କ ପରି। ଜାଣନ୍ତୁ ସେମାନଙ୍କ ସମ୍ପର୍କରେ…

ଆଜାଦ : ଅମୀର ଖାନ୍‌ଙ୍କ ପୁଅ ଆଜାଦ୍‌ଙ୍କ ଚେହେରା ବିଲ୍‌କୁଲ୍‌ ଅମୀରଙ୍କ ପରି। ବିଶେଷକରି ପିତା-ପୁତ୍ରଙ୍କ କାନ ସମାନ।

ତୈମୁର : ଅଭିନେତ୍ରୀ କରୀନାଙ୍କ ପିଲାବେଳର ଚେହେରା ଆଉ ତୈମୁରଙ୍କ ବର୍ତ୍ତମାନର ଚେହେରା ଏକା ପରି। ତୈମୁର ଜନ୍ମ ହେବାର ପରଠାରୁ ନିଜର ସୁନ୍ଦର ଚେହେରା ଯୋଗୁ ବଲିଉଡ୍‌ରେ ସମସ୍ତଙ୍କର ଗେହ୍ଲା।

ୟୁଗ୍‌ : ଅଭିନେତ୍ରୀ କାଜଲଙ୍କ ପୁଅ ୟୁଗ୍‌ଙ୍କ ଚେହେରା ଦେଖିବାକୁ କାଜଲଙ୍କ ପରି। ପିଲାବେଳେ କାଜଲ ଦେଖିବାକୁ ଯେମିତି ଥିଲେ ୟୁଗ୍‌ ମଧ୍ୟ ସେମିତି।

ଅବରାମ : ଶାହାରୁଖଙ୍କ ଦ୍ୱିତୀୟ ପୁତ୍ର ଅବରାମଙ୍କ ପିଲାଦିନର ଚେହେରା ଅବିକଳ ଶାହାରୁଖଙ୍କ ପିଲାଦିନ ଚେହେରା ପରି।

Share