ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର ବାସ୍ତୁ ଦୋଷରୁ ମଧ୍ୟ ଏପରି ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହିଥାଏ, ତେବେ ସେହି ଘରର ସଦସ୍ୟ ବିଭିନ୍ନ ପ୍ରକାର ବାଧା-ବିଘ୍ନ, ରୋଗ ଏବଂ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି। ଏହି କାରଣରୁ ଆପଣମାନେ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।


*ଘର ଭିତରେ ବୋନସାଇ ବା କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଅନୁଚିତ୍‌। କାରଣ ଏପରି କରିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ।

*ଘରର ଉତ୍ତର-ପୂର୍ବ ଦିଗରେ କେବେ ମଧ୍ୟ ଓଜନ ବା ଭାରି ମୂର୍ତ୍ତି ରଖନ୍ତୁ ନାହିଁ। କାରଣ ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।


*ସେହିପରି ଶୋଇବା ଖଟ ତଳେ ଜୋତା ବା ଚପଲ ରଖିବା ଅନୁଚିତ୍‌। କାରଣ ଏପରି କରିବା ଦ୍ବାରା ମାନସିକ ଚିନ୍ତା ବଢିଥାଏ।


*ଦେବୀ, ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ମଧ୍ୟ ଘରେ ରଖିବା ଭଲ ନୁହେଁ। ଏହାଦ୍ୱାରା ଆପଣଙ୍କୁ ସଫଳତା ବଦଳରେ ବିଫଳତା ମିଳିବା ସହ ଘରକୁ ର୍ଦୁଃଭାଗ୍ୟ ଆସିଥାଏ।


*ଏହା ବ୍ୟତୀତ ବନ୍ଦ ହୋଇଯାଇଥିବା ବା ଭାଙ୍ଗି ଯାଇଥିବା ଘଣ୍ଟା ମଧ୍ୟ ରଖିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।
*ସେହିପରି ଉତ୍ତର ଏବଂ ପଶ୍ଚିମ ଦିଗ ମଧ୍ୟ ଅନ୍ଧାର ହେବା ଭଲ ନୁହେଁ। କାରଣ ଏହି ଦିଗର ସମ୍ବନ୍ଧ ସିଧା ଘରର ଆର୍ଥିକ ସ୍ଥିତି ସହ ଜଡ଼ିତ ହୋଇ ରହିଥାଏ।
*ଏଥିସହ ପୂଜା କିମ୍ବା ଦାନ ଦେବା ପାଇଁ ଆଣିଥିବା କୌଣସି ବସ୍ତୁକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିନ୍ତୁ ନାହିଁ। ଏହା ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ।

Share