ଏହି ସମସ୍ୟା ଥିଲେ କାଜୁଠାରୁ ଦୂରେଇ ରୁହନ୍ତୁ

ନଟ୍‌ସ ବା ଡ୍ରାଏ ଫ୍ରୁଟ୍‌ସ ଆମ ଶରୀର ପାଇଁ ଲାଭଦାୟକ। ଉତ୍ତମ ସ୍ବାସ୍ଥ୍ୟ ପାଇଁ କାଜୁ ବାଦାମ, ଅଖରୋଟ ଆମେ ଖାଇଥାଉ। କାଜୁର ବ୍ୟବହାର ମିଠା ଓ ତରକାରିରେ ହୋଇଥାଏ। ସ୍ବାଦ ସହ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହାକୁ ବରଦାନ ସଦୃଶ ବୋଲି କୁହାଯାଇଥାଏ। ମାତ୍ର କେତେକ ବ୍ୟକ୍ତିଙ୍କ ପାଇଁ ଏହା ଅଭିଶାପ ସଦୃଶ।

ପେଟ ସମ୍ବନ୍ଧୀୟ ସମସ୍ୟା: ଯେଉଁ ବ୍ୟକ୍ତିଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଥିବ, ସେମାନେ କାଜୁଠାରୁ ଦୂରେଇ ରହିବା ଉଚିତ। ଏପରି ବ୍ୟକ୍ତି କାଜୁ ଖାଇବା ଦ୍ୱାରା ସେମାନଙ୍କ ସମସ୍ୟା ଅଧିକ ବଢ଼ି ଯାଇଥାଏ।
ଉଚ୍ଚ ରକ୍ତଚାପ: ଉଚ୍ଚ ରକ୍ତଚାପ ବ୍ୟକ୍ତି ଏହାଠାରୁ ଦୂରେଇ ରହିବା ଉଚିତ। କାରଣ ଏଥିରେ ସୋଡିୟମ୍‌ ଥିବାରୁ ଏହା ରକ୍ତଚାପ ବୃଦ୍ଧି କରିଥାଏ।


ମୁଣ୍ଡବିନ୍ଧା: ମୁଣ୍ଡବିନ୍ଧା ବ୍ୟକ୍ତି କାଜୁଠାରୁ ଦୂରେଇ ରହିବା ଆବଶ୍ୟକ। କାଜୁର ଏମିନୋ ଏସିଡ୍‌ ରହିଥିବା କାରଣରୁ ଏହା ଅଧିକ ମୁଣ୍ଡବିନ୍ଧାର କାରଣ ହୋଇପାରେ।


ମୋଟାପଣ: ଯେଉଁ ବ୍ୟକ୍ତି ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ସେମାନେ କାଜୁ ଖାଇବା ଉଚିତ ନୁହେଁ। ୩୦ ଗ୍ରାମ୍‌ କାଜୁରେ ୧୬୩ କ୍ୟାଲୋରି ଏବଂ ୧୩.୧ ଫ୍ୟାଟ ରହିଥାଏ। ଏହାକୁ ଖାଇବା ଦ୍ୱାରା ଓଜନ ଅଧିକ ବଢ଼ିଥାଏ।