ସାଲାଡ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ସାଲାଡ୍ରେ ପ୍ରଚୁର ପରିମାଣରେ ଭିଟାମିନ, ଫଲିକ ଏସିଡ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ରହିଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ହାଡ଼କୁ ମଜଭୁତ ରଖିଥାଏ। କିଛି ଲୋକ ଅଛନ୍ତି ଡାଏଟ୍ କଣ୍ଟ୍ରୋଲ କରିବା ଚକ୍କରରେ ସାଲାଡ୍ ଅଧିକ ପରିମାଣରେ ଖାଆନ୍ତି। କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଜାଣନ୍ତୁ ସାଲାଡ୍ ଖାଇବାର ପ୍ରକୃତ ସମୟ…
-ସାଧାରଣତଃ ଅନେକ ଲୋକ ଖାଇବାବେଳେ ସାଲାଡ୍ ଖାଇଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବା ମୁତାବକ ଖାଦ୍ୟ ଗ୍ରହଣର ଅଧଘଣ୍ଟା ପୂର୍ବରୁ ସାଲାଡ୍ ଖାଆନ୍ତୁ।
-ବିନା ଲୁଣରେ ସାଲାଡ ଖାଆନ୍ତୁ।
-ଯଦି ଫ୍ରୁଟ୍ ସାଲାଡ୍ ଖାଉଛନ୍ତି ତେବେ ଦିନରେ ମାତ୍ର ଥରେ ଖାଆନ୍ତୁ।
-ସାଲାଡ୍ କେବେ ସସ୍ ପକାଇ ଖାଆନ୍ତୁ ନାହିଁ।