Categories: ଜାତୀୟ

ଏହି ସରକାର ସୁଧାରର କଥା କହିବାରୁ ରାଜନୀତିରେ ଯୋଗଦେଲି: ଜୟଶଙ୍କର

ନୂଆଦିଲ୍ଲୀ,୨।୨: ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୋର ରାଜନୀତିରେ ଯୋଗ ଦେବାର ପ୍ରଥମ କାରଣ ହେଉଛି ବର୍ତ୍ତମାନର ସରକାର ସୁଧାରର କଥା କହୁଥିବା ମୁଁ ଦେଖିବା ପରେ ରାଜନୀତି ଆଡକୁ ମନ ବଳାଇଲି। ପ୍ରଥମଥର ଆମ ନିକଟରେ ଏମିତି ଏକ ସରକାର ରହିଛି ଯାହାପାଇଁ ସୁଧାରର ଅର୍ଥ ହେଉଛି ପୋଷଣ, କନ୍ୟା ସନ୍ତାନଙ୍କୁ ଶିକ୍ଷାଦାନ, ମଧ୍ୟବିତ୍ତଙ୍କ ପାଇଁ ଚିକିତ୍ସା ସେବା। ଏହା ଦେଖିବା ପରେ ମୋତେ ଲାଗିଲା କି ମୋର ମଧ୍ୟ ଏହି ସୁଧାର କାର୍ଯ୍ୟରେ ଯୋଗଦାନ ରହିବା ଜରୁରୀ।

Share