Advertisement

ଏହି ସୁପରହିଟ୍‌ ଗୀତର ଶୁଟିଂ ସମୟରେ ଅସୁବିଧାରେ ପଡ଼ିଥିଲେ ରବୀନା

ମୁମ୍ବାଇ: ୧୯୯୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ମୋହରା’ ସମସ୍ତ ଦର୍ଶକଙ୍କ ନିଶ୍ଚିତ ମନେଥିବ। ଏହି ଫିଲ୍ମରେ ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ଜବରଦସ୍ତ ଅଭିନୟ କରିଥିଲେ। ଫିଲ୍ମରେ ରବୀନାଙ୍କୁ ଦର୍ଶକେ ବହୁ ପସନ୍ଦ କରିଥିଲେ। ଏହି ଫିଲ୍ମର ଏକ ଗୀତ ଆଜି ବି ବେଶ୍‌ ଲୋକପ୍ରିୟ। ଗୀତଟି ହେଲା ‘ଟିପ୍‌ ଟିପ୍‌ ବର୍‌ଷା ପାନି’। ଗୀତଟି ରବୀନା ଏବଂ ଅକ୍ଷୟ କୁମାରଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଆଣି ଦେଇଥିଲା। କିନ୍ତୁ ଏହି ଗୀତର ଶୁଟିଂ ସମୟରେ ରବୀନା ବହୁ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ସଫଳତା ପାଇଥିଲେ।
ଏକ ସାକ୍ଷାତକାରରେ ରବୀନା କହିଛନ୍ତି, ଗୀତର ଶୁଟିଂ ସମୟରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ୪ ଦିନ ଧରି ଗୀତର ଶୁଟିଂ ହୋଇଥିଲା। ଏହା ଏକ କନ୍‌ଷ୍ଟ୍ରକ୍‌ସନ ସାଇଟ୍‌ ଏବଂ ପାହାଡ଼ ଉପରେ ଶୁଟିଂ କରାଯାଇଥିଲା। ତାଙ୍କୁ ଜ୍ୱର ସାଙ୍ଗକୁ ବର୍ଷାରେ ଭିଜିବାକୁ ପଡ଼ିଥିଲା। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। କିନ୍ତୁ ଫିଲ୍ମଟି ରିଜିଜ ପରେ ଗୀତଟି ଏତେ ହିଟ୍‌ ହୋଇଥିଲା ସେଥିରେ ସେ ସବୁ କଷ୍ଟ ଭୁଲିଯାଇଥିଲେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share