Categories: ଜାତୀୟ

ଏହି ସ୍ମାର୍ଟଫୋନ ବ୍ୟବହାର କରନ୍ତି ମୋଦି, ଶାହ

ନୂଆଦିଲ୍ଲୀ, ୨୩।୬: ଆଜିକାଲି ସ୍ମାର୍ଟଫୋନ ଧରିବା ଅଛି ସମସ୍ତଙ୍କର ସଉକ। ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ବିଭିନ୍ନ ସଦସ୍ୟ କେଉଁ ସ୍ମାର୍ଟ ଫୋନ୍‌ ବ୍ୟବହାର କରନ୍ତି, ତାହା ଜାଣିବାକୁ ସମସ୍ତେ ଇଚ୍ଛୁକ ଥିବେ। ଜାଣନ୍ତୁ କିଏ କେଉଁ ଫୋନ୍‌ ଧରନ୍ତି..
ମୋଦି ଆପଲ୍‌ର ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ସେ ଲାଟେଷ୍ଟ ମଡେଲ ଆପଲ୍‌ ଫୋନ୍‌ ଧରନ୍ତି ବୋଲି କୁହାଯାଏ। ୨୦୧୮ରେ ଚାଇନା ଏବଂ ଦୁବାଇ ଗସ୍ତବେଳେ ମୋଦିଙ୍କୁ ଆଇଫୋନ-୬ ସିରିଜ୍‌ର ଫୋନ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଥିଲା। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବ୍ରାଣ୍ଡ ନ୍ୟୁ ଆପଲ୍‌ ଏକ୍ସଏସ ବ୍ୟବହାର କରୁଛନ୍ତି।

Share