ପୂର୍ବ ସାଇବେରିଆରେ ରହିଛି ପୃଥିବୀରେ ସବୁଠାରୁ ବଡ଼ ହୀରା ଖଣି। ଏହାର ଗଭୀର ୧୭୨୨ ଫୁଟ ଏବଂ ଚୌଡ଼ା ୩୯ଶହ ଫୁଟ। ଏହାର ଖନନ ୧୯୫୫ ଜୁନ୍ ୧୩ରେ ଆରମ୍ଭ ହୋଇଥିଲା। ୧୯୫୭ଠାରୁ ଏହାର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରୁ ବାର୍ଷିକ ଏକ କୋଟି କ୍ୟାରେଟ୍ ଓଜନର ହୀରା ଖନନ କରାଯାଇଥାଏ। ଏହା ଉପର ଦେଇ କୌଣସି ବିମାନ ଗଲେ ତଳେ ବିରାଟକାୟ ଖଣି ଥିବାରୁ ବାୟୁଚାପ ଯୋଗୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥାଏ। ଏଠାରେ ବାରମ୍ବାର ଏପରି ହେବାରୁ ଖଣି ଉପରେ ଦେଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗା ଯାଇଛି।